ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡା ସମାଲୋଚନା କରିଛନ୍ତି ନିର୍ବାଚନ କମିଶନ। ଭବିଷ୍ୟତରେ ନିଜର ଭାଷାରେ ସଞ୍ଜମତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ସେନାକୁ ‘ମୋଦୀଙ୍କ ସେନା’ କହି ବିବାଦ ଘେରକୁ ଆସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ ଆୟୋଗ ଏହି ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ଏଭଳି ମନ୍ତବ୍ୟ ନ ଦେବା ଲାଗି ସତର୍କ ରହିବାକୁ ଆୟୋଗ ଯୋଗୀଙ୍କୁ ଚେତାଇଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ରାଜନୈତିକ ସଭାରେ ଯୋଗୀ ଆଦିତ୍ୟନାଥ ଭାରତୀୟ ସେନାକୁ ‘ମୋଦୀ ଜୀ କି ସେନା’ ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ମାରିଛନ୍ତି ବୋଲି ଉଦବୋଧନ ଦେଇଥିଲେ। ଏହାକୁ ନେଇ ବିରୋଧୀମାନେ ଆପତ୍ତି ଉଠାଇବା ସହ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଆୟୋଗ ଯୋଗୀଙ୍କୁ ନୋଟିସ ଜାରି କରିବା ସହ ଏପ୍ରିଲ ୫ ତାରିଖ ମଧ୍ୟରେ ଉତ୍ତର ରଖିବାକୁ କହିଥିଲେ। ଆୟୋଗଙ୍କୁ ଉତ୍ତର ଦେଇ ଯୋଗୀ କହିଥିଲେ ଯେ, କଂଗ୍ରେସ ଲୋକମାନେ ଆତଙ୍କବାଦୀମାନଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ ଏବଂ ମୋଦୀଙ୍କ ସେନା ଆତଙ୍କବାଦୀମାନଙ୍କୁ ଗୁଳି କରି ମାରୁଛନ୍ତି। ଏହା ହେଉଛି ପାର୍ଥକ୍ୟ। କଂଗ୍ରେସର ଲୋକମାନେ ଆତଙ୍କୀ ସଂଗଠନ ମାସୁଦ ଆଝାରକୁ ଉତ୍ସାହିତ କରିବାକୁ ‘ଜୀ’ ଶବ୍ଦ ବ୍ୟବହାର କରୁଛନ୍ତି ବୋଲି ଯୋଗୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହା ସହ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ଯୋଗୀ ପ୍ରଶଂସା ମଧ୍ୟ କରିଛନ୍ତି।
( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )