ନିର୍ବାଚନୀ ଗୀତକୁ ନେଇ ଉଭୟ ବିଜେପି ଓ କଂଗ୍ରେସକୁ ଇସିଙ୍କ ତାଗିଦା

Published: Apr 7, 2019, 5:43 pm IST
ec objects election campaign song

ଲୋକସଭା ନିର୍ବାଚନୀ ପ୍ରଚାର ପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଗୀତ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରଚାର ଚଳାଇଛନ୍ତି। ତେବେ ନିର୍ବାଚନ ଆୟୋଗ ଏହି ନିର୍ବାଚନୀ ସଂଗୀତ ଉପରେ ମଧ୍ୟ ଏପ୍ରକାର କଟକଣା ଜାରି କରିଛନ୍ତି। ବିଜେପିର ନିର୍ବାଚନୀ ସଂଗୀତ ଉପରେ କଟକଣା ଜାରି କରାଯାଇଥିବାବେଳେ କଂଗ୍ରେସର ନିର୍ବାଚନୀ ଗୀତର କିଛି ଶବ୍ଦକୁ ହଟାଇବକୁ କୁହାଯାଇଛି। ନିର୍ବାଚନ ଆୟୋଗ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋଙ୍କ ଦ୍ବାରା ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତ କରାଯାଇଥିବା ଗୀତକୁ  ଅନୁମତି ଦେଇନାହାନ୍ତି। ଚଳିତଥର ନିର୍ବାଚନ ଆୟୋଗ ସ୍ବଚ୍ଛ ନିର୍ବାଚନ ପାଇଁ ବିଶେଷ ଧ୍ୟାନ ଦିଆଯିବା ସହ ଅନେକଗୁଡ଼ିଏ ନିୟମ ପ୍ରଣୟନ କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts