ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍ଡ ରେକର୍ଡରେ ନାଗାଲାଣ୍ଡର ୫ହଜାର ନୃତ୍ୟଶିଳ୍ପୀ

Published: Apr 7, 2019, 5:49 pm IST
Guinness World Record for the “Largest Traditional Konyak Dance

ନାଗାଲାଣ୍ଡର କୋହିମାଠାରେ ଏକାସାଙ୍ଗରେ ୫ହଜାର ନୃତ୍ୟଶିଳ୍ପୀ ଏକାଠି ଏକାସାଙ୍ଗରେ ନୃତ୍ୟ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ୍‌ ହୋଇଛନ୍ତି। ନାଗାଲାଣ୍ଡର କୋହିମାର ମୋନ୍‌ ଟାଉନ୍‌ରେ ଖୋଲା ମଇଦାନରେ ଏହି ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହର୍ଣ୍ଣବିଲ୍‌ ଯାତ୍ରାରେ ୫ ହଜାର ମହିଳା କୋନିଆକ୍‌ ନୃତ୍ୟ ପରିବେଷଣ କରିଛନ୍ତି, ଯାହାକୁ ବିଶ୍ବର ସବୁଠୁ ବଡ଼  ପାରମ୍ପରିକ ନୃତ୍ୟ ଭାବେ ମାନ୍ୟତା ମିଳିଛି। ଗୋଟିଏ ପଡ଼ିଆରେ ଏତେ ସଂଖ୍ୟକ ନୃତ୍ୟଶିଳ୍ପୀଙ୍କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ପାଞ୍ଚମିନିଟ୍‌ ଏକ ସେକେଣ୍ଡ ପର୍ଯ୍ୟନ୍ତ ଏହି ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

 

Related posts