୧୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ

Published: Apr 7, 2019, 5:52 pm IST

ପାକିସ୍ତାନ ଆଜି ୧୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ଗତ ଫେବୃଆରୀ ୧୪ ତାରିଖର ଫୁଲଓ୍ବାମା ଆକ୍ରମଣ ପରେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍‌ ତିକ୍ତତା ସୃଷ୍ଟି ହୋଇଛି। ଏପରିକି ଭାରତ ପାକିସ୍ତାନକୁ ସାରା ବିଶ୍ବରେ ଏକଘରକିଆ କରିବା ଯୋଜନା ପ୍ରସ୍ତୁତ କରୁଥିବାବେଳେ ଭାରତ ପକ୍ଷରୁ ବାଲାକୋଟ୍‌ ଆକ୍ରମଣ ମଧ୍ୟ କରାଯାଇଥିଲା। ତେବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାମୟ ପରିସ୍ଥିତି ଥିବା ସତ୍ତ୍ବେ ପାକିସ୍ତାନ ସଦ୍‌ଭାବନା ନିର୍ଦଶନ ପୂର୍ବକ ୧୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ପାକିସ୍ତାନର ଏହି ପଦକ୍ଷେପ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନାକୁ ପ୍ରଶମିତ କରିବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି। ପାକିସ୍ତାନ ଦ ଏକ୍ସପ୍ରେସ୍‍ ଟ୍ରିବ୍ୟୁନ୍‍ ରିପୋର୍ଟ ଅନୁସାରେ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଲାହୋରକୁ ନିଆଯାଇଛି। ସେଠାରୁ ସେମାନଙ୍କୁ ୱାଘା ସୀମାକୁ ନେଇ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ଗତକାଲି ଏହି ମତ୍ସ୍ୟଜୀବୀମାନେ ୮ତାରିଖ ଦିନ ଭାରତୀୟ ସୀମା ଭିତରେ ପ୍ରବେଶ କରିବେ ବୋଲି ଜଣାପଡିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts