ରିଲିଜ୍‌ ହେଲା ବିଜେପିର ନିର୍ବାଚନୀ ସଙ୍ଗୀତ

Published: Apr 7, 2019, 6:19 pm IST

ଆଜି ବିଜେପି ‘ଫିର୍‌ ଏକ ବାର୍‌ ମୋଦି ସରକାର’ ଟ୍ୟାଗ୍‌ଲାଇନ୍‌ ବହନ କରୁଥିବା ନିର୍ବାଚନୀ ପ୍ରଚାର ଗୀତକୁ ରିଲିଜ୍‌ କରାଇଛି। ବିଜେପି ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ଗୀତକୁ ରିଲିଜ୍‌ କରାଇବା ସହିତ ଏଥିରେ ଜାତୀୟ ସୁରକ୍ଷା, ମହିଳା ସଶକ୍ତିକରଣ, ପ୍ରଧାନମନ୍ତ୍ରୀ କୃଷକ ଯୋଜନା, କଳାଧନ ବିରୋଧରେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମାଜିକ ସୁବିଧା ଯୋଜନା ଉପରେ କେନ୍ଦ୍ରିତ କରାଯାଇଛି ବୋଲି କହିଛନ୍ତି। ‘ଚଲୋ ଫିର୍‌ ଏକବାର୍‌ ମୋଦି ସରକାର ବନାତା ହୈ’, ଚଲୋ ମିଲ୍‌କର୍‌ ସାଥ୍‌ ଆଗେ ଦେଶ କୋ ବଢାତେ ହୖ’ ବୋଲ୍‌ରେ ବିଜେପି ତା’ର ନିର୍ବାଚନୀ ପ୍ରଚାର ଗୀତକୁ ରିଲିଜ୍‌ କରାଇଛି। ଗତକାଲି ବିଜେପି ତା’ର ନିର୍ବାଚନୀ ଇସ୍ତାହାର ରିଲିଜ୍‌ କରାଇବ ବୋଲି ସୂଚନା ରହିଛି। ନିର୍ବାଚନ ଆୟୋଗ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଦ୍ୱାରା  ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତ ଗୀତକୁ ବିଜେପି ଜନସଭା ଓ ର‍୍ୟାଲିରେ ବଜାଇବା ଉପରେ ରୋକ୍‌ ଲଗାଇଥିଲେ। ତେବେ ବିଜେପି ତରଫରୁ ସଂଶୋଧିତ ଗୀତକୁ ରିଲିଜ୍‌ କରାଯାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts