୭୭ ବର୍ଷରେ ବଲିଉଡ୍‌ ଏଭରଗ୍ରିନ୍‌ ରୋମାଣ୍ଟିକ୍‌ ଷ୍ଟାର୍‌ ଜିତେନ୍ଦ୍ର

Published: Apr 7, 2019, 6:28 pm IST
jitendra @77

ବଲିଉଡ୍‌ର ଏଭରଗ୍ରିନ୍‌ ରୋମାଣ୍ଟିକ୍‌ ଷ୍ଟାର୍‌  ଜିତେନ୍ଦ୍ର ଆଜି  ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୨ ଏପ୍ରିଲ ୭ରେ ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ରବି କପୁର ଥିଲା। ୧୯୫୯ରେ ଫିଲ୍ମ ନବରଙ୍ଗରେ ଜିତେନ୍ଦ୍ର ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେବେ ଦୀର୍ଘ ୫ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଂଘର୍ଷ କରିବା ପରେ ୧୯୬୪ରେ ଗୀତ୍‌ ଗାୟା ପଥରୋଁ ନେ ଫିଲ୍ମ ପରେ ତାଙ୍କ କ୍ୟାରିୟରରେ ପରିବର୍ତ୍ତନ ଆସିଥିଲା। ପ୍ରାୟ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଶ୍ରୀଦେବୀ ଏବଂ ଜୟପ୍ରଦାଙ୍କ ସହିତ  ଅନେକ ଫିଲ୍ମରେ ସେ ସ୍କ୍ରିନ୍‌ ଶେୟାର କରିଛନ୍ତି। ତାଙ୍କ ଅଭିନୀତ ସଫଳ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଫର୍ଜ’, ‘ହମ୍‌ଜୋଲି’, ‘ସଂଯୋଗ,’ ‘ଓ୍ବଲାଦ୍‌’ ‘ଜାନି ଦୁସମନ୍‌’, ‘ତୋଫା’, ‘ପରିଚୟ’, ‘କିନାରା’, ‘ଖୁସୁବ୍‌’ ପ୍ରମୁଖ। ଅଭିନୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୭ ମସିହାରେ ଦାଦାସାହେବ ଫାଲ୍‌କେ ପୁରସ୍କାରର ପୁରସ୍କୃତ କରାଯାଇଥିଲା। ଜିତେନ୍ଦ୍ରଙ୍କ ଝିଅ ଏକତା କପୁର୍‌ ଟେଲିଭିଜନ କ୍ବିନ୍‌ ରୂପେ ପରିଚିତି ହାସଲ କରିଥିବାବେଳେ ତୁଷାର ବଲିଉଡ୍‌ରେ ବେଶ୍‌ ସକ୍ରିୟ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts