କଂଗ୍ରେସଠାରୁ ଆହୁରି ନିକୃଷ୍ଟ ବିଜେଡ଼ିର ଶାସନ : ଅମିତ୍‌ ଶାହା

Published: Apr 7, 2019, 6:44 pm IST
amit target nabin

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ଓଡ଼ିଶା ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗଞ୍ଜାମର ପୋଲସରାରେ ଏକ ଜନସଭାକୁ ସମ୍ବୋଧନ କରି ଶାହା କଂଗ୍ରେସଠାରୁ ଆହୁରି ନିକୃଷ୍ଟ ବିଜେଡ଼ିର ଶାସନ ବୋଲି କହିଛନ୍ତି ଶାହା।   ଆଗରେ ନବୀନ ରହି ପଛରେ ବାବୁମାନେ ଓଡ଼ିଶା ଶାସନ କରୁଛନ୍ତି ବୋଲି କହିଛନ୍ତି। ଦୂରଦୃଷ୍ଟି ଅଭାବ, ଆଳସ୍ୟ, ଦୁର୍ନୀତି ଓଡ଼ିଶାକୁ ପତନ ଆଡକୁ ନେଇଛି। ଖଣି ଓ ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ନେତାଙ୍କୁ ଟିକେଟ ଦେଇଛି ବିଜେଡି।  ୧୯ ବର୍ଷ ଧରି ଏଠାରେ ବିଜେଡି ସରକାର ସରକାର ଶାସନ କଂଗ୍ରେସ ଶାସନଠାରୁ ନିକୃଷ୍ଟ ରହିଛି ବୋଲି କହିଛନ୍ତି ଶାହା।  ଆଗାମୀ ଦିନରେ ମୋଦୀ ନିଶ୍ଚିତ ସରକାର କରିବେ। ଓଡିଶାରେ ମଧ୍ୟ ବିଜେପି ସରକାର ହେବ  ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହା। ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ଏହି ସମୟରେ ଗୌରବମୟ, ସମୃଦ୍ଧ ଓଡିଶା ଗଠନ କରିବାକୁ ହେବ ବୋଲି କହିଛନ୍ତି ଶାହା। ରାଜ୍ୟକୁ ଦ୍ରୁତ ଗତିରେ ଆଗକୁ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଶାହା।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts