Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ତିର୍ତ୍ତୋଲରେ ଚାଲିଛି ନକଲି ଚୋରା ମଦ କାରବାର: ମଦ ମୃତ୍ୟୁ ଆଶଙ୍କା
ଅପରାଧ

ତିର୍ତ୍ତୋଲରେ ଚାଲିଛି ନକଲି ଚୋରା ମଦ କାରବାର: ମଦ ମୃତ୍ୟୁ ଆଶଙ୍କା

May 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଚଳିତ ଲକଡାଉନରେ ଜଗତସିଂହପୁର ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇ ଉଠିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୃତ ଗତିରେ ବୃଦ୍ଧି ପାଉଥିବା ଭୟାବହ କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଚୋରା ମଦ ବେପାରୀଙ୍କ ଖାତିର ନାହିଁ।

ସୂଚନାନୁଯାୟୀ ଗତବର୍ଷ ଲକଡାଉନ ସମୟରେ ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀମାନେ ମଦର ଧାର୍ଯ୍ୟ ମୁଲ୍ୟ ଠାରୁ ତିନି ଚାରି ଗୁଣା ଚଢା ଦାମରେ ବିକ୍ରିକରି ମାଲେମାଲ୍ ହୋଇଥିବା ବେଳେ ଚଳିତ ଲକଡାଉନରେ ପୁଣି ଆରମ୍ଭ ହୋଇଗଲାଣି ଚୋରା ମଦର ବହୁଳ କାରବାର। ଲକଡାଉନ ଚାଲିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଗାଁ ଗହଳି ଛକ ବଜାରରେ ଛତୁ ଫୁଟିଲା ପରି ଚୋରା ମଦ ବେପାର ଚାଲିଥିବା ଦେଖିବାକୁ ମିଳୁଛି। ଏମିତିକି ତିର୍ତ୍ତୋଲ ଅଞ୍ଚଳରେ ଏବେ ନକଲି ମଦର ଯୋରଦାର କାରବାର ଚାଲିଥିବା ଚର୍ଚ୍ଚା ହେଉଛି।

ତିର୍ତ୍ତୋଲ ବଜାର ଠାରେ ଅବକାରୀ ବିଭାଗର କାର୍ଯ୍ୟାଳୟ ଥିଲେ ମଧ୍ୟ ନିକଟସ୍ଥ ତିର୍ତ୍ତୋଲ ଲକବଜାରରେ ନିଧଡକ ଭାବେ ଚାଲିଛି ଚୋରା ମଦ କାରବାର। ଏପରିକି କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ବଜାରରେ ନକଲି ମଦ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଉକ୍ତ ବଜାର ନିକଟରେ ଥିବା ଜନବସତି ବାଟରେ ଚୋରା ମଦ ଗୋଦାମ ଥିବା କୁହାଯାଉଥିବା ବେଳେ ବିଭିନ୍ନ ବ୍ରାଣ୍ଡର ଚୋରାମଦ ସର୍ବସମ୍ମୁଖରେ ନିଧଡକ ଭାବେ ବିକ୍ରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଲକଡାଉନ୍ ଯୋଗୁଁ ଛକ ବଜାର ବ୍ୟବସାୟୀ ମାନେ ଏକରକମ ହାତ ବାନ୍ଧି ଘରେ ବସିଥିବା ବେଳେ ଅପରପକ୍ଷରେ ଚୋରା ମଦ ବେପାରୀ ମାନଙ୍କର ପୁଷମାସ ଚାଲିଛି ବୋଲି କୁହାଯାଉଛି। ମଦ ବୋତଲ ଉପରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଯାଇ ନକଲି ମଦ ବିକ୍ରି ହେଉଥିବା ତିର୍ତ୍ତୋଲ ଅଞ୍ଚଳରେ ଏବେ ଯୋରଦାର ଚର୍ଚ୍ଚା ହେଉଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲକଡାଉନ୍ ସମୟରେ ତିର୍ତ୍ତୋଲ ଅଞ୍ଚଳରେ ନକଲି ଚୋରାମଦ କାରବାର ଚର୍ଚ୍ଚା ହେଉଥିବା କଥାଟା ଯଦି ସତ ହୋଇଥାଏ ତେବେ ଆଗାମୀ ଦିନରେ ମଦମୃତ୍ୟୁ ଆଶଙ୍କା ସହିତ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଚୋରା ମଦ କାରବାର ତିର୍ତ୍ତୋଲ ମଦ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026
Latest News

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.