ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟାଙ୍କ ମାମଲା ଖାରଜ

Published: Apr 8, 2019, 5:21 pm IST

ପଳାତକ ମଦ ସମ୍ରାଟ ତଥା ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ସୋମବାର ଲଣ୍ଡନ କୋର୍ଟରେ ବଡ଼ ଝଟକା ଲାଗିଛି। ସୂଚନା ଅନୁସାରେ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ମାଲ୍ୟାଙ୍କ ଆବେଦନକୁ ଲଣ୍ଡନ କୋର୍ଟ ଖାରଜ କରିଦେଇଛନ୍ତି। ଡିସେମ୍ବରରେ ୱେଷ୍ଟମିନିଷ୍ଟର କୋର୍ଟ ମୁଖ୍ୟ ମାଜିଷ୍ଟ୍ରେଟ୍‍ ଏମ୍ମା ଅର୍ବୁଥାଣ୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହାସହ ମାଜିଷ୍ଟ୍ରେଟ୍‍ ନିଜ ରାୟରେ କହିଥିଲେ ଯେ ଭାରତୀୟ ବ୍ୟାଙ୍କଗୁଡ଼ିକରୁ ଠକେଇ ଏବଂ ଋଣ ଖିଲାପି ନେଇ ମାଲ୍ୟାଙ୍କ ବିରୋଧରେ ପ୍ରର୍ଯ୍ୟାପ୍ତ ପ୍ରମାଣ ରହିଛି। ପରେ ବ୍ରିଟେନ୍‍ ସ୍ୱରାଷ୍ଟ୍ର ମନ୍ତ୍ରୀ ସାଜିଦ୍‍ ଭାଭେଦ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ପ୍ରତ୍ୟର୍ପଣ ମଞ୍ଜୁରୀ ବିରୋଧରେ ମାଲ୍ୟା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ କୋର୍ଟ ମାଲ୍ୟାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ମାଲ୍ୟା ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କା ଠକି ନେଇଛନ୍ତି। ନିକଟରେ କିଛିଦିନ ତଳେ ସରକାର ମାଲ୍ୟାଙ୍କ ନିକଟରୁ ୧୪ ହଜାର କୋଟି ଟଙ୍କା ଅସୁଲ କରିଥିବା ସୂଚନା ଦେଇଥିଲେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

 

Related posts