ଶେଷରେ ଶଶିଭୂଷଣ ବେହେରାଙ୍କୁ ମିଳିଲା ଟିକେଟ, କେନ୍ଦ୍ରାପଡା ବିଧାନସଭାରୁ ଲଢିବାକୁ ବିଜେଡି ସୁପ୍ରିମୋ ଦେଲେ ଟିକେଟ

Published: Apr 8, 2019, 11:32 pm IST
Minister Sashibhushan Behera got BJD ticket for Kendrapada Assembly seat.

ବହୁ ବାଦବିବାଦ ପରେ ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶଶିଭୂଷଣ ବେହେରାଙ୍କୁ ଟିକେଟ ଦେଇଛନ୍ତି। ତେବେ ତାଙ୍କ ଜିଲ୍ଲାରେ ନୁହେଁ କେନ୍ଦ୍ରାପଡା ଆସନରେ ଶଶିଙ୍କୁ ମିଳିଛି ଟିକେଟ। ଶଶିଭୂଷଣ ଜୟଦେବ ଆସନରୁ ଛିଡା ହେବା ପାଇଁ ଆଶା ରଖିଥିଲେ। ହେଲେ ବିଜେଡିର ଆଭ୍ୟନ୍ତରିଣ ରିପୋର୍ଟ ଅନୁସାରେ ଶଶିଙ୍କ ସେହି ଅଞ୍ଚଳରେ ଲୋକପ୍ରିୟତା ନାହିଁ। ସେଥିପାଇଁ ତାଙ୍କୁ ଏଥର ଟିକେଟ ନ ଦେଇ ପୂର୍ବତ୍ତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ଟିକେଟ ଦିଆଯାଇଛି। ଶଶିଭୂଷଣ ନବୀନ ମନ୍ତ୍ରୀ ମଣ୍ଡଳରେ ଅର୍ଥ ବିଭାଗ ସହିତ ଅବକାରୀ ଏବଂ କୃଷି ବିଭାଗ ଦାୟିତ୍ବରେ ଅଛନ୍ତି। ତାଙ୍କୁ ନବୀନ ବିଧାୟକରୁ ସିଧା କ୍ୟାବିନେଟ ମନ୍ତ୍ରୀ ଭାବେ ନେଇ ଅର୍ଥ ପରି ଗୁରୁତପୂର୍ଣ୍ଣ ବିଭାଗ ଦେଇଛନ୍ତି। ଏପରି ପରିସ୍ଥିତରେ ତାଙ୍କ ଟିକେଟ କଟିଯିବ ବୋଲି କେହି ଆଶା କରି ନ ଥିଲେ। ବର୍ତ୍ତମାନ କେନ୍ଦ୍ରାପଡାରେ ସେ କିପରି ଲଢେଇ କରିବେ ସେ ନେଇ ସନ୍ଦେହ ଦେଖାଦେଇଛି।

Related posts