ଅରୁଣାଚଳ ପ୍ରଦେଶର ବିଧାନସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସମୁଦାରୟ ୧୮୪ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ ୨୯ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବଏଡିଆାର ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ ୨୦୧୪ରେ ଏହା ମାତ୍ର ୬ ପ୍ରତିଶତ ରହିଥିଲା। ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ବୃଦ୍ଧି ପାଇବା ରଜ୍ୟ ପାଇଁ ଆଦୌ ହିତକର ନୁହେଁ ବୋଲି ଏଡିଆର ପକ୍ଷରୁ କୁହାଯାଇଛି। ୨୯ ପ୍ରାର୍ଥୀଙ୍କ ମଧ୍ୟରୁ ୯ ଜଣ କଂଗ୍ରେସର ରହିଥିବା ବେଳେ ୭ ଜଣ ପ୍ରାର୍ଥୀ ବିଜେପିର ରହିଛନ୍ତି। ଚଳିତ ଥର ପ୍ରଥମ କରି ନିର୍ବାଚନରେ ପଦାର୍ପଣ କରୁଥିବା ବାଇଚୁଙ୍ଗ ଭୁତିଆଙ୍କ ଏନ୍ପିପି ର ଦୁଇ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି। ଜେଡିଏସ୍ ର ଜଣେ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ ସ୍ବାଧୀନ ଭାବରେ ପ୍ରତିଦ୍ବନ୍ଦିତା କରୁଥିବା ୧୧ ଜଣଙ୍କ ମଧ୍ୟରୁ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି।
ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : ୨୯ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା
Published:
Apr 9, 2019, 1:08 pm IST
Tags: