Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ପରଲୋକ
ବିଶେଷ ଖବର

ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ପରଲୋକ

May 24, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ପ୍ରଖ୍ୟାତ ପ୍ରବଚକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଚାରଣ ରାମଦାସଙ୍କର କରୋନାରେ ପରଲୋକ ହୋଇଛି। ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଅକ୍ସିଜେନରେ ରଖାଯାଇଥିଲା। ହେଲେ ଗତକାଲିଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ଦେହତ୍ୟାଗ କରିଛନ୍ତି।

ଚାରଣ ରାମ ଦାସ ଓଡିଶାର ଘରେ ଘରେ ପରିଚିତ ଜଣେ ବ୍ୟକ୍ତିତ୍ବ। ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରବଚନ ଦେଇ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ସେ ବର୍ତ୍ତମାନ ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକରେ ପ୍ରବଚକ ଭାବେ କାର୍ଯ୍ୟ କରୁଥିଲେ।

କେବଳ ଜଗନ୍ନାଥ ସଂସ୍କୃତି ନୁହେଁ ତାଙ୍କର ରାମାୟଣ, ମହାଭାରତ, ଶୈବ୍ୟ ସଂସ୍କୃତି ଏବଂ ଦେବୀ ସଂସ୍କୃତି ଉପରେ ବେଶ ପାଣ୍ଡିତ୍ୟ ରହିଥିଲା। ମୁଖ୍ୟତଃ ତାଙ୍କର ଉପସ୍ଥାପନା ଶୈଳୀ ଲୋକଙ୍କ ଦ୍ବାରା ବେଶ୍ ଆଦୃତି ହୋଇପାରିଥିଲା। ଉଚ୍ଚ ସ୍ବରରେ ଏବଂ ଶିଘ୍ରଶିଘ୍ର କହିବାର କଳା ତାଙ୍କୁ ବେଶ ଭଲଭାବରେ ଜଣା ଥିଲା।

ଜଣେ ସଂସ୍କୃତି ଗବେଷକ ହୋଇଥିଲେ ମଧ୍ୟ ଲୋକଙ୍କୁ ସାଧାରଣ ଭାଷାରେ ବୁଝାଇ କହିବାର କଳା ଚାରଣ ରାମଦାସଙ୍କୁ ଜଣାଥିଲା। ଏଥିସହିତ ତାଙ୍କର ବେଶ ପୋଷାକ ଜଣେ ସିଦ୍ଧ ପୁରଷ ଭାବରେ ପରିଚିତ କରାଇପାରିଥିଲା। ତାଙ୍କ ଦ୍ବାରା ପ୍ରସ୍ତୁତ ଗୀତା ମହିମା, ରାମାୟଣ, ଶିବ ମହିମା, ମା ତାରିଣୀ କଥାମୃତ, ଶ୍ରୀମଦ୍ଭଗବତ ଗୀତା, ଏ ତ କଳିକାଳ, ତ୍ରିନାଥ ମେଳା ବିଷୟଗୁଡ଼ିକର ସିଡି ଡିଭିଡି ଆକାରରେ ଉପଲବ୍ଧ । ଏହ ସିଡିଗୁଡିକ ସେତେବେଳେ ବେଶ୍ ଲୋକପ୍ରିୟ ହୋଇପାରିଥିଲା।

ତାଙ୍କର ବିୟୋଗରେ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ମହଲରେ ବେଶ୍ ଶୋକର ଛାୟା ଖେଳିଯାଇଛି।

କରୋନାରେ ପରଲୋକ ଜଗନ୍ନାଥ ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.