ବିବାଦିତ ବୟାନକୁ ଫେରାଇ ନେଲେ ରାମଦେବ: ହେଲେ ଆଇଏମଏକୁ ପଚାରିଲେ ୨୫ ଟି ପ୍ରଶ୍ନ

Published: May 25, 2021, 11:47 am IST

ନୂଆଦିଲ୍ଲୀ: ଏଲୋପ୍ୟାଥିକ ଔଷଧ ଉପରେ ଯୋଗ ଗୁରୁ ରାମଦେବ ବାବା ଏକ ବିବାଦିତ ବୟାନ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ବିବାଦିତ ବୟାନକୁ ଫେରାଇ ନେବା ପାଇଁ ଯୋଗ ଗୁରୁଙ୍କୁ କହିଥିଲେ। ଏହାପରେ ସେ ଏହି ବିବାଦିତ ବୟାନକୁ ଫେରାଇ ନେଇଥିଲେ ମଧ୍ୟ ବିବାଦ କମିବାର ନାଁ ନେଉନାହିଁ।

ତେବେ ଇଣ୍ଡିଆନ ମେଡିକାଲ ଆସୋସିଏସନକୁ ଯୋଗ ଗୁରୁ ଏଲୋପ୍ୟାଥିକ ଚିକିତ୍ସା ଉପରେ ୨୫ ଟି ପ୍ରଶ୍ନ କରିଛନ୍ତି। କ’ଣ ଉଚ୍ଚ ରକ୍ତଚାପ ଏବଂ ଡାୟବିଟିଜ ରୋଗୀଙ୍କୁ ଏଲୋପ୍ୟାଥିକ ଔଷଧ ସ୍ଥାୟୀ ଉପଶମ ଦେଉଛି? କ’ଣ ଫ୍ୟାଟି ଲିଭର ଏବଂ ଲିଭର ସିରୋସିସ ରୋଗ ପାଇଁ ଔଷଧ ଅଛି? ଅସ୍ତ୍ରୋପଚାର ବିନା ହୃଦଜନିତ ରୋଗର ଚିକିତ୍ସା କରାଯାଇ ଉପଚାର କରାଯାଇ ପାରିବ? କୋଲେଷ୍ଟରର କୌଣସି ଉପଚାର ଅଛି? ଏହିଭଳି ସେ ଆଇଏମକୁ ୨୫ ଟି ପ୍ରଶ୍ନ ପଚାରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଯୋଗ ଗୁରୁଙ୍କ ଏକ ବିବାଦିତ ବୟାନ ଭାଇରାଲ ହୋଇଥିଲା। ସେ ଏଲୋପ୍ୟାଥିକକୁ ମୂର୍ଖତାପୂର୍ଣ୍ଣ ବିଜ୍ଞାନ ବୋଲି କହିଥିଲେ। ରାମଦେବ ବାବଙ୍କ ଏହି ବୟାନକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ କଡା ବିରୋଧ କରିଥିଲା। ଯୋଗ ଗୁରୁ ଆହୁରି କହିଥିଲେ ଯେ, ରେମଡେସିବିର, ଫେବିଫ୍ଳୁ ଭଳି ଔଷଧ କରୋନା ଚିକିତ୍ସାରେ ବିଫଳ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୮୯ ହଜାର ୬୧୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୧ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୪୯ କୁ ବୃଦ୍ଧି ହୋଇଛି।

Related posts