Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ଵାଦଶ ପରୀକ୍ଷାକୁ ନେଇ କେନ୍ଦ୍ର ମାଗିଥିଲା ପରାମର୍ଶ: ବାତିଲ କରିବା ପାଇଁ ଏହି ରାଜ୍ୟଗୁଡିକ ରଖିଲେ ମତ
ଆଜିର ଖବର

ଦ୍ଵାଦଶ ପରୀକ୍ଷାକୁ ନେଇ କେନ୍ଦ୍ର ମାଗିଥିଲା ପରାମର୍ଶ: ବାତିଲ କରିବା ପାଇଁ ଏହି ରାଜ୍ୟଗୁଡିକ ରଖିଲେ ମତ

May 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
CBSE Exam
ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦ୍ଵାଦଶ ପରୀକ୍ଷା ଏବେ ବି ଆଶଙ୍କା ରହିଛି। ଉକ୍ତ ପରୀକ୍ଷା ଆୟୋଜନକୁ ନେଇ ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଠାରୁ କେନ୍ଦ୍ର ସରକାର ପକ୍ଷରୁ ପରାମର୍ଶ ମଗା ଯାଇଥିଲା।

ତେବେ ଏହାକୁ ନେଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି, କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହାକୁ ମାନିବେ ବୋଲି କେତେକ ରାଜ୍ୟ ସରକାର କହିଥିବା ବେଳେ ପରୀକ୍ଷାର ସମୟକୁ ହ୍ରାସ କରିବା ପକ୍ଷରେ ମତ ଦେଇଛନ୍ତି। ସେହିଭଳି ପରୀକ୍ଷାକୁ ବାତିଲ କରିବା ପକ୍ଷରେ କେତୋଟି ରାଜ୍ୟ ମତ ଦେଇଛନ୍ତି।

ହେଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଆୟୋଜନ କରିବା ଉପରେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ପରୀକ୍ଷାର ସମୟ ସୀମା ୩ ଘଣ୍ଟାକୁ ହ୍ରାସ କରାଇ ୧.୫ ଘଣ୍ଟା କରିଦେବା ଉଚିତ୍। ଉତ୍ତରପ୍ରଦେଶ, ଗୁଜୁରାଟ, ଜାମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଚଣ୍ଡିଗଡ, ଆସାମ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଅରୁଣାଞ୍ଚଳ ପ୍ରଦେଶ ଏବଂ ସିକ୍କିମ ଭଳି ରାଜ୍ୟଗୁଡିକ ପରୀକ୍ଷାର ସମୟ ସୀମାକୁ ହ୍ରାସ କରାଇ ଆୟୋଜନ କରିବା ପାଇଁ କହିଛନ୍ତି। ସେହିଭଳି ଦ୍ଵାଦଶ ପରୀକ୍ଷାକୁ ବ୍ୟକ୍ତିଗତ ଭାବେ ଆୟୋଜନ କରିବାକୁ ପଞ୍ଜାବ ସରକାର କହିଛି।

ସେପଟେ କର୍ଣ୍ଣାଟକ ଏବଂ ପୁଡୁଚେରୀ ସରକାର ପରୀକ୍ଷା ନିଷ୍ପତ୍ତି କେନ୍ଦ୍ର ସରକାର ଉପରେ ଛାଡି ଦେଇଛନ୍ତି। କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହା ସେମାନେ ମାନିବେ ବୋଲି କହିଛନ୍ତି।

କିନ୍ତୁ କେବଳ ଦୁଇଟି ରାଜ୍ୟ ସିବିଏସଇ ପରୀକ୍ଷା କରିବା ପକ୍ଷରେ ନଥିବା ପ୍ରକାଶ କରିଛନ୍ତି। କରୋନା ଯୋଗୁଁ ଏହି ପରୀକ୍ଷାକୁ ବାତିଲ କରିବା ପକ୍ଷରେ ମାହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ମତ ରଖିଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରାସ୍ତା ପ୍ରସ୍ତୁତ କରିବାକୁ ଏହି ଦୁଇ ସରକାର କେନ୍ଦ୍ର ନିକଟରେ କହିଛନ୍ତି।

ତେବେ ସର୍ବାଧିକ ରାଜ୍ୟ ସରକାର ପରୀକ୍ଷା ଆୟୋଜନ ପକ୍ଷରେ ଅଛନ୍ତି ଏବଂ ସେମାନେ ଜୁଲାଇ କିମ୍ବା ଅଗଷ୍ଟ ମାସରେ ପରୀକ୍ଷା ସମୟକୁ କମ କରି ଆୟୋଜନ କରିବା ପାଇଁ କହିଛନ୍ତି।

କରୋନା ସଂକ୍ରମଣ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାଦଶ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026
Latest News

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.