Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୁବ ଶିଘ୍ର ସ୍ବାସ୍ଥ୍ୟ ସେବାରେ ଲାଗୁ ହେବ ନୂତନ ଡିଜିଟାଇଜେସନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା
ଜାତୀୟ ଖବର

ଖୁବ ଶିଘ୍ର ସ୍ବାସ୍ଥ୍ୟ ସେବାରେ ଲାଗୁ ହେବ ନୂତନ ଡିଜିଟାଇଜେସନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା

May 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୁବ ଶିଘ୍ର ସ୍ବାସ୍ଥ୍ୟ ସେବାରେ ଲାଗୁ ହେବ ନୂତନ ଡିଜିଟାଇଜେସନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା

ନୂଆଦିଲ୍ଲୀ, ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ)ର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୫ ଅଗଷ୍ଟ ୨୦୨୦ରେ, ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏନଡିଏଚଏମର ଶୁଭାରମ୍ଭ ଘୋଷଣା କରିଥିଲେ। ସେବେଠାରୁ, ଡିଜିଟାଲ ମଡ୍ୟୁଲ ଓ ରେଜିଷ୍ଟ୍ରି ବିକଶିତ କରାଯାଇ ଆସୁଛି ଏବଂ ଏହି ମିଶନକୁ ଛଅଟି କେନ୍ଦ୍ର ଶାସିତ ପ୍ରଦେଶରେ କାର‌୍ୟ୍ୟକାରୀ କରାଯାଇଛି। ବର୍ତ୍ତମାନସୁଦ୍ଧା ୧୧.୯ ଲକ୍ଷ ସ୍ୱାସ୍ଥ୍ୟ ଆଇଡି ସୃଷ୍ଟି କରାଯାଇଛି ଏବଂ ୩୧୦୬ ଡାକ୍ତର ଓ ୧୪୯୦ ଡାକ୍ତରଖାନା ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିଛନ୍ତି।

ଡିଜିଟାଲ ସ୍ୱାସ୍ଥ୍ୟ ପାଇଁ ଏକ ମୁକ୍ତ ଓ ଆନ୍ତଃପରିଚାଳିତ ଆଇଟି ନେଟଓ୍ବର୍କ-ୟୁନିଫାଏଡ ହେଲ୍ଥ ଇଣ୍ଟରଫେସ (ୟୁଏଚଆଇ) ଖୁବଶୀଘ୍ର କାର‌୍ୟ୍ୟକାରୀ କରିବା ପାଇଁ ପରିକଳ୍ପନା କରାଯାଇଛି। ଏହା ବ୍ୟବହାରକାରୀମାନଙ୍କୁ ଟେଲି ପରାମର୍ଶ ଏବଂ ଲାବୋରେଟୋରୀ ପରୀକ୍ଷା ଭଳି ଜରୁରି ଚିକିତ୍ସା ସେବା ସନ୍ଧାନ କରିବା, ପଞ୍ଜୀକରଣ କରିବା ଓ ହାସଲ କରିବାରେ ସହାୟକ ହୋଇପାରିବ। ଏହି ବ୍ୟବସ୍ଥା ଫଳରେ କେବଳ ପ୍ରାମାଣିକ ଚିକିତ୍ସା ସେବା ପ୍ରଦାନକାରୀମାନେ ବ୍ୟବସ୍ଥା ସହିତ ଯୋଡ଼ି ହୋଇପାରିବେ। ଏହା ନବୋନ୍ମେଷ ସହିତ ନାଗରିକମାନଙ୍କ ପାଇଁ ବିଭିନ୍ନ ସେବା ସହିତ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ଏପରି କରାଯିବା ଫଳରେ, ସାରା ଦେଶରେ ଅଧିକ ପ୍ରଭାବୀ ଢଙ୍ଗରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଓ ମାନବ ସମ୍ବଳକୁ ଉପଯୋଗ କରାଯାଇପାରିବ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ଵାରା ବିକଶିତ ୟୁପିଆଇ ଇ-ଭାଉଚର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଡିଜିଟାଲ ପଇଠ ବିକଳ୍ପ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସହ ଜଡ଼ିତ ଆର୍ଥିକ କାରବାର ପାଇଁ ସୁବିଧା ଯୋଗାଇବ ଯାହାକୁ କେବଳ ନିର୍ଦ୍ଦିଷ୍ଟ ୟୁଜର ହିଁ ବ୍ୟବହାର କରିପାରିବେ। ବିଭିନ୍ନ ସରକାରୀ ଯୋଜନାର ବାଞ୍ଝିତ ଓ ପ୍ରଭାବୀ ବିତରଣ ଲାଗି ଏହା ଉପଯୋଗୀ ହୋଇପାରିବ। ଏହାଛଡ଼ା ଚିକିତ୍ସା ସେବା ପାଇବା ଲାଗି ୟୁପିଆଇ ଇ-ଭାଉଚରକୁ ଉପଯୋଗ କରାଯାଇପାରିବ।

ଏନଡିଏଚଏମ ଅନ୍ତର୍ଗତ ବିଭିନ୍ନ କାର‌୍ୟ୍ୟକ୍ରମଗୁଡ଼ିକୁ ସମ୍ପ୍ରସାରିତ କରିବା ଲାଗି ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁସଂଖ୍ୟକ ଚିକିତ୍ସା ସେବା ଉପଲବ୍ଧ କରାଇବା ଜରିଆରେ ଏନଡିଏଚଏମ ନାଗରିକମାନଙ୍କ ଜୀବନକୁ ସହଜ କରିବ। ସେ ଉଲ୍ଲେଖ କରିଥିଲେ ଯେ ଯଦିଓ ବୈଷୟିକ ପ୍ଲାଟଫର୍ମ ଓ ରେଜିଷ୍ଟ୍ରି ପ୍ରସ୍ତୁତି ଅତ୍ୟନ୍ତ ଜରୁରି ଉପାଦାନ, ତଥାପି ସାରା ଦେଶର ନାଗରିକମାନଙ୍କୁ ଡାକ୍ତରଙ୍କ ଟେଲି ପରାମର୍ଶ, ପରୀକ୍ଷାଗାରର ସେବା ପାଇବା, ଡାକ୍ତରଙ୍କୁ ପରୀକ୍ଷା ରିପୋର୍ଟ ଓ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ମାଧ୍ୟମରେ ହସ୍ତାନ୍ତର କରିବା ଏବଂ ଉପରୋକ୍ତ କୌଣସି ସେବା ପାଇଁ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ କରିବା ଭଳି ସେବା ନାଗରିକମାନଙ୍କୁ ଉପଲବ୍ଧ କରାଯାଇପାରିଲେ ଏହି ପ୍ଲାଟଫର୍ମର ଉପଯୋଗିତା ସାବ୍ୟସ୍ତ ହୋଇପାରିବ। ଏ ଦିଗରେ ସମନ୍ୱିତ ପ୍ରୟାସ କରିବା ଲାଗି ଏନଏଚଏ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026
Latest News

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026

‘ପୂର୍ବୋଦୟ ମିଶନ’ରେ ଓଡ଼ିଶାର ପ୍ରଗତି ପଥକୁ ପ୍ରଶସ୍ତ କରିବ: ଧର୍ମେନ୍ଦ୍ର ପ୍ରଧାନ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.