ଆଶ୍ଚର୍ଯ୍ୟ, ଭୂପୃଷ୍ଟରେ ଦେଖିବାକୁ ମିଳିଲା ପ୍ରାୟ 1 ଲକ୍ଷ ବର୍ଗ ମିଟରର ଏକ ବୃହତକାର ଗୋଲାକାର ରେଖା

Published: May 28, 2021, 2:08 pm IST

ନୂଆଦିଲ୍ଲୀ, ଭୂପୃଷ୍ଟରେ କେତେବେଳେ କେତେ ପ୍ରକାରର ବିଚିତ୍ର ଦେଖିବାକୁ ମିଳେ ତାହା କହି ହେବ ନାହିଁ। ସେହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ହେଉଛି ଭୂପୃଷ୍ଟରେ ପ୍ରାୟ ଏକ ଲକ୍ଷ ବର୍ଗ ମିଟର ଓସାରର ଗୋଲାକାର ରେଖା। ଏହି ରେଖାକୁ ପ୍ରଥମେ ଫରାସୀର ବୈଜ୍ଞାନିକ ବାପୁପୁଅ ଆବିଷ୍କାର କରିଛନ୍ତି। ଗୁଗୁଲି ମ୍ୟାପକୁ ଅନୁଧ୍ୟାନ କରି ସେମାନେ ଏହି ବୃହତ ଗୋଲାକାର ରେଖାକୁ ବାହାର କରିଛନ୍ତି।

ସେମାନଙ୍କ କହିବା ଅନୁସାରେ ଭାରତର ରାଜସ୍ଥାନ ରାଜ୍ୟରେ ଥିବା ବୋହା ଗ୍ରାମ ନିକଟସ୍ଥ ସ୍ଥଳଭାଗରେ ଏହି ରେଖା ଚିହ୍ନ ଦେଖାଦେଇଛି। ଏହି ରେଖାର ଗୋଟିଏ ଗୋଟିଏ ସ୍ଥାନରେ ପ୍ରାୟ 650 ଫୁଟ ଓସାରର ହୋଇଛି। ଏହା ଏତେ ବିରାଟକାୟ ହୋଇଛି ଯେ ତାହା ସାଧାରଣ କ୍ୟାମେରାରେ ଫଟୋ ଉତ୍ତୋଳନ କରିବା ଅସମ୍ଭବ।

ତେବେ ଏହା ପ୍ରାକୃତିକ ଭାବେ ତିଆରି ହୋଇଛି ବୋଲି ସେମାନେ ଦାବୀ କରିଛନ୍ତି। କାରଣ ଗୁଗୁଲ ମ୍ୟାପରୁ ଏହି ବାପପୁଅ ରାଜସ୍ଥାନର 8 ଟି ସ୍ଥାନ ଚିହ୍ନଟ କରିଥିଲେ। ତେବେ ପରବର୍ତ୍ତି ସମୟରେ ସେମାନେ ଜାଣିବାକୁ ପାଇଲେ ଯେ ସେଥିରୁ 7ଟି ସ୍ଥାନ ଗଛ ଲଗାଇବା ପାଇଁ ଏପରି ଚିହ୍ନିତ କରାଯାଇଥିଲା।

ହେଲେ ବୋହା ଗ୍ରାମରେ ଥିବା ଏହି ଗୋଲାକାର ରେଖା ସେଗୁଡିକ ମଧ୍ୟରୁ ଅଲଗା। ଏହା ଏକ ପ୍ରାକୃତିକ ଭାବେ ନିର୍ମିତ ଏବଂ ପ୍ରାୟ 150 ବର୍ଷର ପୁରୁଣା ବୋଲି ଦାବୀ କରାଯାଇଛି। ତେବେ ସେମାନଙ୍କର କହିବା କଥା ଯେ, ଏପରି ରେଖା ପେରୁ ଅଞ୍ଚଳରେ ଦେଖାଯାଇଥାଏ। ହେଲେ ରାଜସ୍ଥାନରେ ଦେଖାଦେବା ନିଶ୍ଚିତ ଆଶ୍ଚର୍ଯ୍ୟ ଘଟଣା।

Related posts