ନାମାଙ୍କନର ଶେଷଦିନରେ ନାମାଙ୍କନ ପତ୍ର ଦାଖଲ କଲେ ଅନୁଭବ ଓ ଶଶୀଭୂଷଣ

Published: Apr 9, 2019, 3:07 pm IST

ଏପ୍ରିଲ୍‌ ୧୧ ତାରିଖରୁ ଆରମ୍ଭ ହୋଇଯାଉଛି ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଆଜି ପ୍ରାର୍ଥୀପତ୍ର ନାମାଙ୍କନର ଶେଷଦିବସ। ଆଜି ବିଜେଡ଼ିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ଶଶୀଭୂଷଣ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶାଳ ବାଇକ୍‌ ରାଲିରେ ଅନୁଭବ ଓ ଶଶୀଭୂଷଣ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନୁଭବଙ୍କ ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ମଧ୍ୟ ଉପସ୍ଥିତ ରହିଥିଲେ। ବୈଜୟନ୍ତଙ୍କ ଗଡ଼ ଥିବା ଏହି କେନ୍ଦ୍ରାପଡ଼ା ଆସନରୁ ଅନୁଭବ ମହାନ୍ତିଙ୍କୁ ବିଜେଡ଼ି ଏଥର ଟିକେଟ ଦେଇଥିବାବେଳେ ଅନୁଭବ ବନାମ ବୈଜୟନ୍ତ ଟକ୍କରରେ କିଏ ବାଜିମାରିବ, ତାହା ଆଗାମୀ ସମୟ କହିବ। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଟିକେଟ ମିଳିଥିବାବେଳେ ଆଜି ଶଶୀଭୂଷଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts