Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସୋରଣ ଚିଲିକାକୁଳ ମାଛପେଣ୍ଠରେ ପୋଲିସ ଓ ତହସିଲର ମିଳିତ ଚଢ଼ାଉ
ଆଞ୍ଚଳିକ

ସୋରଣ ଚିଲିକାକୁଳ ମାଛପେଣ୍ଠରେ ପୋଲିସ ଓ ତହସିଲର ମିଳିତ ଚଢ଼ାଉ

June 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା:

ଖୋର୍ଦ୍ଧା ଜିଲ୍ଲାର ଚିଲିକା, ଟାଙ୍ଗୀ ଓ ବାଣପୁର ଅଞ୍ଚଳରେ ଏବେ କରୋନା ସଂକ୍ରମଣ ସାମାନ୍ୟ ହେବାରେ ଲାଗିଛି। କିନ୍ତୁ ସେଠାରେ ଏଯାଏଁ କରୋନା ବିପଦ ଟଳି ନାହିଁ। ନିୟମକୁ ଅଣଦେଖା କଲେ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବା ଆଶଙ୍କା ରହିଛି। ସଂକ୍ରମଣକୁ ରୋକିବା ଦିଗରେ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଚିଲିକା କୁଳ ନିକଟରେ ଥିବା ମାଛ ଆମଦାନୀ ପେଣ୍ଟସ୍ଥଳୀ ସୋରଣରେ କୋଭିଡ଼ ଗାଇଡ଼ଲାଇନକୁ ନମାନି ଦୋକାନୀ ଏବଂ ଗ୍ରାହକମାନେ ମାଛ କିଣା ବିକା କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଆଜି ଅଚାନକ ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜରିପଡା ଆରଆଇ ଜ୍ୟୋତିରଞ୍ଜନ ରଥ ଓ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ମିଳିତ ସହଯୋଗରେ ତହସିଲ ଓ ପୋଲିସର ଏନଫୋର୍ଶମେଣ୍ଟ ଟିମ ସୋରଣ ପେଣ୍ଠରେ ଚଢ଼ାଉ କରି ମାଛ ଦୋକାନୀ ଓ ଅମାନିଆ ଲୋକଙ୍କଠାରୁ ୫ହଜାର ୫ଶହ ଟଙ୍କା ଫାଇନ ଆଦାୟ କରିବା ସହ ସାମାଜିକ ଦୂରତ୍ୱ ଓ ମୁହଁରେ ମାସ୍କ ପରିଧାନ କରିବାକୁ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ।

ଆଗାମୀ ଦିନରେ ଯଦି ଏଠାରେ ଏଭଳି ସ୍ଥିତି ଉପୁଜେ ତେବେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ସୂଚନା ଦେଇଛନ୍ତି।

ଚିଲିକା ଟାଙ୍ଗୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଜନ୍ମ ମାଟିରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

June 3, 2026

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ବାଣପୁର: ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

May 29, 2026
Latest News

ଘୋଷଣା ହେଲା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳ: ନେତୃତ୍ଵ ନେବେ ଶ୍ରେୟସ ଆୟର

June 6, 2026

ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ

June 6, 2026

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.