ବିଧାୟକ ପ୍ରାର୍ଥୀଙ୍କ ଗାଡକିରୁ ୨ଲକ୍ଷ ଟଙ୍କା ଜବତ

Published: Apr 10, 2019, 12:07 pm IST

ନିର୍ବାଚନ ପୂର୍ବରୁ ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀଙ୍କ ଗାଡିରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଛି। ଲାଞ୍ଜିଗଡର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡିରୁ ଫ୍ଲାଇଁ ସ୍କ୍ବାଡ ଏହି ଅର୍ଥ ଜବତ କରିଛି। ଚଢାଉ ସମୟରେ ଗାଡିରେ ପ୍ରଦୀପଙ୍କ ବ୍ୟତିତ ଆହୁରି ଚାରି ଜଣ ଉପସ୍ଥିତ ଥିଲେ। ୫୦୦ ଟଙ୍କିଆ ଚାରିଟି ବଣ୍ଡଲ ଅର୍ଥ ଜବତ କରାଯାଇଥିବା ବେଳେ ଏନେଇ ପଚରା ଉଚୁରା ଚାରି ରଖିଛି। ନିର୍ବାଚନ ଅଧିକାରୀଙ୍କ ନିୟମ ଅନୁଯାୟୀ କୌଣସି ପ୍ରାର୍ଥୀ ୫୦ ହଜାରରୁ ଅଧିକ ଅର୍ଥ ସାଙ୍ଗରେ ରଖି ପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ପ୍ରାର୍ଥୀ ୨ଲକ୍ଷ ଅର୍ଥ ସାଙ୍ଗରେ ଧରି ବୁଲିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related posts