ସାମ୍ପ୍ରଦାୟିକ ବୟାନ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କୁ ଇସିଙ୍କ ନୋଟିସ୍‌

Published: Apr 10, 2019, 6:31 pm IST
EC issues notice to KCR for anti-Hindu remarks at Karimnagar rally

ନିର୍ବାଚନ ଆୟୋଗ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସାମ୍ପ୍ରଦାୟିକ ଭାବନାକୁ ଆଘାତ କରିବା ଉପରେ ବୟାନ ଦେଇ ଆଚାର ସଂହିତା ଉଲ୍ଲଂଘନ ହୋଇଥିବା ହେତୁ ନୋଟିସ୍‌ ଜାରି କରିଛନ୍ତି। ଆୟୋଗ ଗତ ମାସରେ କରିମ୍‌ନଗରେ ଏକ ଜନସଭାରେ ରାଓ ହିନ୍ଦୁ ଧର୍ମ ପ୍ରତି ଏକ ଅପମାନଜନକ ବୟାନ ଦେଇଥିବାର ଅଭିଯୋଗ ଉପରେ ଏହି ପଦକ୍ଷେପ ନେଇଛନ୍ତି। ଆୟୋଗ ରାଓଙ୍କୁ ଏପ୍ରିଲ୍‌ ୧୨ ତାରିଖ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଲେଙ୍ଗାନା ବିଶ୍ବ ହିନ୍ଦୁ ପରିଷଦର ପ୍ରମୁଖ ଏମରାମା ରାଜୁ ନିର୍ବାଚନ ଆୟୋଗଙ୍କ ପାଖରେ ଏହି ଅଭିଯୋଗ କରିଥିଲେ। ମାର୍ଚ୍ଚ ୧୭ ତାରିଖରେ କରିମ୍‌ନଗରଠାରେ ଏକ ଜନସଭାରେ ନିର୍ବାଚନୀ ଫାଇଦା ପାଇଁ ହିନ୍ଦୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ। ରାଜ୍ୟ ନିର୍ବାଚନ କମିଶନଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆଚାର ସଂହିତା ଉଲ୍ଲଂଘନ ହୋଇଥିବା ହେତୁ ଏହାର ଜବାବ ତଲବ କରାଯାଇଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Related posts