Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ଶାନ୍ତି ଆଣିଦିଏ: ସୋଆ କୁଳପତି
ଆଜିର ଖବର

ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ଶାନ୍ତି ଆଣିଦିଏ: ସୋଆ କୁଳପତି

June 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ଵଚ୍ଛଳତା ନୁହେଁ ମାତ୍ର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ହିଁ ମନୁଷ୍ୟ କୁ ଶାନ୍ତି ଆଣିଦିଏ।

ଏହା କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ଵବିଦ୍ୟାଳୟର କୁଳପତି ତଥା ପ୍ରଖ୍ୟାତ ସ୍ନାୟୁ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର।

ସମ୍ମାନଜନକ ସୋଆ ପାକ୍ଷିକ ବକ୍ତୃତା ଶୃଙ୍ଖଳାରେ ଶନିବାର ଦିନ “ସୁସ୍ଥ ସମାଜ ପାଇଁ ଆଧ୍ୟାତ୍ମିକତା” ପ୍ରସଙ୍ଗରେ ନିଜର ମତ ରଖି ଏହା କହିଛନ୍ତି ପ୍ରଫେସର ମହାପାତ୍ର।

ପ୍ରଫେସର ମହାପାତ୍ର ସ୍ଵାସ୍ଥ୍ୟ କ’ଣ, ସୁସ୍ଥ ସମାଜ କାହାକୁ କହିବା ଏବଂ ଆଧ୍ୟାତ୍ମିକତାର ଏହାକୁ ଗଢ଼ିବାରେ ଭୂମିକା କଣ ସେ ବିଷୟରେ ମତ ରଖିଥିଲେ।

ବର୍ତ୍ତମାନ ସହ ୧୯୦୦ ମସିହାର ମୁଣ୍ଡପିଛା ଆୟର ତୁଳନା କଲେ ଆମେ ଜାଣିବା ତାହା କେତେ ଗୁଣ ବଢ଼ିଛି। କିନ୍ତୁ ସେହି ଅନୁପାତରେ ଜନ ଜୀବନର ସୁଖ ଓ ଶାନ୍ତି ବଢ଼ିଛି କି? ବଜାର ଭିତ୍ତିକ ଶିକ୍ଷା ବ୍ୟକ୍ତିର ବାହାରଟାକୁ ସଜାଇବାରେ ସକ୍ଷମ ହୋଇଛି। କିନ୍ତୁ ତା’ର ଅନ୍ତରର ଦାରିଦ୍ର୍ୟତା ବଢ଼ି ଚାଲିଛି । ଶଙ୍ଖ ମଲମଲ ଶଯ୍ୟା ନିଦ୍ରାର ଗ୍ୟାରେଣ୍ଟି ଦିଏନି, ଯଦିଓ ଏହା ଏକ ଆତ୍ମ ସନ୍ତୋଷ ଭାବ ଆଣିଦିଏ। ଶାରିରୀକ ସ୍ତରରେ ସୁସ୍ଥତା ଅତି ସ୍ଥୂଳ ପର୍ଯ୍ୟାୟର। ପ୍ରକୃତ ଶାନ୍ତି ପାଇଁ ଲୋଡ଼ା ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ।

‘ଆହେ ଦୟାମୟ’ ପ୍ରାର୍ଥନାର ଉଦାହରଣ ଦେଇ ସେ କହିଲେ ଯେ ପିଲାବେଳୁ ଉତ୍ତମ ଚିନ୍ତା, ସତ୍ ସଙ୍ଗ, ଉଚିତ କର୍ମ, ପରୋପକାର, ସାଧୁତା ଓ ସାହସିକତା ଆଦି ଗୁଣର ଅଭ୍ୟାସ ହିଁ ପ୍ରକୃତ ଶିକ୍ଷାର ଭିତ୍ତିଭୂମି।

ଶ୍ରୋତୃବର୍ଗ ପ୍ରଫେସର ମହାପାତ୍ରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଅତିଥି ପରିଚୟ ଦେବା ସହିତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି ୱେବିନାର ଉଭୟ ଗୁଗୁଲମିଟ ଓ ୟୁଟିଉବରେ ପ୍ରସାରିତ ହୋଇଥିଲା ଓ ୨୫୦ ରୁ ଅଧିକ ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ, ପ୍ରୋଗ୍ରାମ ଅଫିସର ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ।

ସୋଆ କୁଳପତି
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଲଙ୍କାରେ ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ଶତକ: ଯଶସ୍ୱୀ ଏବଂ ପନ୍ତ-ଜୁରେଲ ଫ୍ଲପ୍

August 8, 2026

ମଞ୍ଚରେ କେକ୍ କାଟି ବିଜେଡ଼ି ବିଧାୟକଙ୍କ ଜନ୍ମଦିନ ପାଳନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

August 8, 2026

ପୋଲିସ ଗାଡି ଧକ୍କାରେ ୩ ଗୁରୁତର

August 8, 2026

ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ

August 8, 2026
Latest News

ଶ୍ରୀଲଙ୍କାରେ ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ଶତକ: ଯଶସ୍ୱୀ ଏବଂ ପନ୍ତ-ଜୁରେଲ ଫ୍ଲପ୍

August 8, 2026

ମଞ୍ଚରେ କେକ୍ କାଟି ବିଜେଡ଼ି ବିଧାୟକଙ୍କ ଜନ୍ମଦିନ ପାଳନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

August 8, 2026

ପୋଲିସ ଗାଡି ଧକ୍କାରେ ୩ ଗୁରୁତର

August 8, 2026

ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ

August 8, 2026

୨୦୨୬–୨୭ରେ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.