ଇଭିଏମ୍‌ ଭାଙ୍ଗିଲେ ଜନସେନା ବିଧାୟକ

Published: Apr 11, 2019, 11:25 am IST
evm broke by jansena contestant

ଆନ୍ଧ୍ରପ୍ରଦେଶରେ ଜନସେନା ଦଳର ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନୀ ବୁଥ୍‌ରେ ଇଭିଏମ୍‌ ଭାଙ୍ଗିଛନ୍ତି। ଇଭିଏମ୍‌ ଭାଙ୍ଗିବା ପରେ ବିଧାୟକ ପ୍ରାର୍ଥୀଙ୍କୁ ପୋଲିସ୍‌ ଗିରଫ କରି ନେଇଛି। ଗୁରୁବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଏହି ଘଟଣା ଘଟିଛି। ଅନନ୍ତପୁର ଜିଲ୍ଲାର ଗୁଣ୍ଟକାଲ ବିଧାନସଭା ଆସନର ଜନସେନା ପ୍ରାର୍ଥୀ ମଧୁସୁଦନ ଗୁପ୍ତା ଇଭିଏମ୍‌ରେ ନିର୍ବାଚନ ମଣ୍ଡଳୀର ନାମ ନଥିବାରୁ ଏହାକୁ ଫୋପାଡି ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ତୁରନ୍ତ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା। ଏହି ଘଟଣାକୁ ଜନସେନା ଦଳର ମୁଖ୍ୟ ତଥା ସୁପରଷ୍ଟାର ପଓ୍ବନ୍‌ କଲ୍ୟାଣ କଡା ନିନ୍ଦା କରିଛନ୍ତି। ନିର୍ବାଚନ ଅନ୍ୟ ସ୍ଥାନ ମାନଙ୍କରେ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଳ କୃଷ୍ଣ ଦ୍ବିବେଦୀ ସୂଚନା ଦେଇଛନ୍ତି। ପ୍ରାୟ ୫୦ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି ବୋଲି ମଧ୍ୟ ଶ୍ରୀ ଦ୍ବିବେଦୀ ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଏବଂ ୧୭୫ ବିଧାନସଭା ପାଇଁ ୩୧୯ ଏବଂ ୨୧୧୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି।

Related posts