ରାହୁଲ୍‌ଙ୍କ ସୁରକ୍ଷା ନେଇ କଂଗ୍ରେସର ଚିନ୍ତା, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦେଲା ଚିଠି

Published: Apr 11, 2019, 3:16 pm IST

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କ ସୁରକ୍ଷା ପାଇଁ କଂଗ୍ରେସ ଚିନ୍ତା ପ୍ରକଟ କରିଛି। ରାହୁଲ୍‌ଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି  ଅଭିଯୋଗ କରି ସୁରକ୍ଷା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛି କଂଗ୍ରେସ। କଂଗ୍ରେସର ଅହମଦ ପଟେଲ୍‌, ରଣଦୀପ ସୁର୍ଜେଓ୍ବାଲା ଓ ଜୟରାମ ରମେଶ ଏହି ଚିଠିରେ ଉତ୍ତର ପ୍ରଦେଶର ଆମେଠିରେ ରାହୁଲ ଗାନ୍ଧୀ ନାମାଙ୍କନପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ରୋଡ୍‌ ଶୋ’ କରିଥିଲେ। ରୋଡ୍‌ ଶୋ’ ସମୟରେ ରାହୁଲଙ୍କ ମୁଣ୍ଡ ଉପରେ ସବୁଜ ରଙ୍ଗର ଲେଜର ଲାଇଟ୍‌ ପଡ଼ିଥିଲା ବୋଲି ଉଲ୍ଲେଖ କରିଛନ୍ତି। କିଛିକ୍ଷଣ ମଧ୍ୟରେ ରାହୁଲଙ୍କ ଉପରେ ୭ଥର ଏହି ଲେଜର ପଡ଼ିଥିଲା। କେହି ତାଙ୍କୁ ସ୍ନାଇପର ବନ୍ଧୁକରେ ଆକ୍ରମଣ କରିବାକୁ ଯୋଜନା କରିଥାଇପାରନ୍ତି ବୋଲି ଦଳୀୟ ନେତୃବୃନ୍ଦ ସନ୍ଦେହ କରିଛନ୍ତି। ଏହି ସମ୍ପର୍କିତ ଚିଠି ସହିତ ଏକ ପେନ୍‌ଡ୍ରାଇଭ୍‌ ମଧ୍ୟ କଂଗ୍ରେସ ତରଫରୁ ଦିଆଯାଇଛି। ନାମାଙ୍କନ ଦାଖଲ ପରେ ବି ରାହୁଲ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ରୋଡ୍‌ ଶୋ’ ସମୟରେ ରାହୁଲଙ୍କ ପାଇଁ ରାଜ୍ୟ ସରକାର ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରି ନ ଥିଲେ, ଯେଉଁଥିପାଇଁ ଏଭଳି ଘଟଣା ଘଟିଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Related posts