ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ଅଭିଯୋଗ

Published: Apr 11, 2019, 4:24 pm IST

ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ତେବେ କେତେକ ସ୍ଥାନରେ ଭିଭିପାଟ୍‌ ଖରାପ ହେବା ଯୋଗୁ ମତଦାନ  ହୋଇପାରୁନଥିବାବେଳେ କେତେକ ସ୍ଥାନରେ ଜନତା ସାଧାରଣ ସମସ୍ୟାକୁ ନେଇ ଭୋଟ୍‌ ବର୍ଜନ କରିଛନ୍ତି ଓ ଆଉ କେତେକ ଜାଗାରେ ମାଓବାଦୀଙ୍କ ଧମକକୁ ନେଇ ଭୋଟ୍‌ ଗ୍ରହଣ କରାଯାଇପାରିନାହିଁ। ତେବେ ଭୋଟ୍ ସମୟରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି। ଚିକିଟି ବିଧାନସଭା ଆସନରେ ଲଢୁଥିବା ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୪୨ ନମ୍ବର ବୁଥରେ ତାଙ୍କୁ ମାଡ଼ ମରାଯାଇଛି ବୋଲି ପ୍ରେସମିଟରେ ବିଜେପି ଉପ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ସେହିପରି ଚିକିଟି ନିର୍ବାଚନମଣ୍ଡଳୀର ଅନେକ ବୁଥରେ ରାଗିଂ ହୋଇଛି। ଏଠାରେ ୧୮ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନଥିବା ବେଳେ କୋରାପୁଟ ୧୫୯ନଂ ବୁଥରେ ବିଜେପି ଏଜେଣ୍ଟକୁ ତାଲା ପକାଇ ଦିଆଯାଇଥିଲା ବୋଲି ସମୀର କହିଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

 

 

 

Related posts