Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ଆମ୍ବର ଚାହିଦା ବିଦେଶରେ କିପରି ବଢିଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଟନଟନ ହେଉଛି ରପ୍ତାନୀ
ଜାତୀୟ ଖବର

ଭାରତୀୟ ଆମ୍ବର ଚାହିଦା ବିଦେଶରେ କିପରି ବଢିଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଟନଟନ ହେଉଛି ରପ୍ତାନୀ

July 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କରୋନା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ଖାତିର ନକରି ଭାରତ ଏହି ଋତୁରେ ଆମ୍ବ ରପ୍ତାନୀ ବ୍ୟବସାୟକୁ ସଂପ୍ରସାରଣ କରିଛି। ଏକ ପ୍ରମୁଖ ପଦକ୍ଷେପ ସ୍ବରୁପ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ମିଳିଥିବା ଜିଆଇ ସାର୍ଟିଫାଏଡ୍ ଫାଜିଲ୍ ଆମ୍ବ କିସମକୁ ବାହାରିନ ଦେଶକୁ ରପ୍ତାନି କରାଯାଇଛି। ଭାରତ ସରକାରଙ୍କ APEDA ରେ ପଞ୍ଜୀକୃତ କୋଲକାତାର DM ଉଦ୍ୟୋଗ ଦ୍ବାର ଏହି ଆମ୍ବ ରପ୍ତାନି ହୋଇଛି। ଏହାକୁ ବାହାରିନର ଅଲ ଜଜିରା ଗ୍ରୁପ କିଣି ନେଇଛି।

ରାଜ୍ୟରୁ ଆମ୍ବ ରପ୍ତାନି ବୃଦ୍ଧି ପାଇଁ APEDA ପଦକ୍ଷେପ ଆରମ୍ଭ କରିଛି। ଆମ୍ବ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଏହା କ୍ରେତା-ବିକ୍ରେତା ମଧ୍ୟରେ ଭର୍ଚୁଆଲ୍ ବୈଠକ ଏବଂ ଫେଷ୍ଟିଭାଲର ଆୟୋଜନ ମଧ୍ୟ କରାଯାଉଛି। ବାହାରିନକୁ ଏହି ରପ୍ତାନୀ ପରେ କତାରର ଦୋହାକୁ ମଧ୍ୟ ଆମ୍ବ ରପ୍ତାନୀ ପାଇଁ ଅର୍ଡର ଆସିଛି। ଏହି ଦେଶକୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଜିଆଇ ମାର୍କା ନଅ ପ୍ରକାରର ଆମ୍ବ ରପ୍ତାନୀ କରାଯାଇଛି।

ରପ୍ତାନି ହୋଇଥିବା ଏହି ନଅ ପ୍ରକାର ଆମ୍ବ ହେଲା ପଶ୍ଚିମବଙ୍ଗ ମାଲଦାର ଖିରସାପାଟୀ, ଲକ୍ଷ୍ମଣଭୋଗ, ଫଜଲି, ଆମ୍ରପଲୀ ଏବଂ ଚାଉସା ଆମ୍ବ ରହିଛି। ସେହିପରି ପଶ୍ଚିମ ବଂଗର ନାଦିଆ ଅଞ୍ଚଳର ଦୁଶେରୀ ଆମ୍ବ ମଧ୍ୟ ଏଥିରେ ରହିଛି। ଉତ୍ତର ପ୍ରଦେଶର ମାଲିହାବାଦର ଦୁଶେରୀ ଆମ୍ବ ମଧ୍ୟ ରପ୍ତାନୀ କରାଯାଇଛି।

ଜୁନ୍, 2021 ରେ, ବହାରେନରେ ଏକ ସପ୍ତାହ ବ୍ୟାପୀ ଭାରତୀୟ ଆମ୍ବ ପ୍ରଦର୍ଶନୀର ଆୟୋଜିନ କରାଯାଇଥିଲା। ସେଠାରେ ପଶ୍ଚିମବଂଗରୁ ତିନୋଟି ଜିଆଇ ସାର୍ଟିଫିକେଟ୍ ଜାତିର ଆମ୍ବ ଖୀରସାପଟି ଏବଂ ଲକ୍ଷ୍ମଣଭୋଗ, ବିହାରର ଜରଡାଲୁ ଆମ୍ବ ସହିତ 16 ପ୍ରକାରର ଫଳ ପ୍ରଦର୍ଶିତ ହୋଇଥିଲା।

ବହରାଇନ୍‌ରେ  13 ଟି ଷ୍ଟୋର୍‌ ମାଧ୍ୟମରେ ଏହି ଆମ୍ବ କିସମ ବିକ୍ରି ହୋଇଥିଲା। ନିକଟରେ ଜର୍ମାନୀର ବର୍ଲିନଠାରେ ମଧ୍ୟ ଆମ୍ବ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ଋତୁରେ ପ୍ରଥମ ଥର ପାଇଁ ଭାରତ, ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲ୍ଲାର କୃଷକମାନଙ୍କଠାରୁ ଜିଆଇ ସାର୍ଟିଫିକେଟ୍ ମିଳିଥିବା ବାଇଗନପଲ୍ଲୀ ଏବଂ ଅନ୍ୟାନ୍ୟ କିସମର ପ୍ରାୟ 2.5 ମେଟ୍ରିକ ଟନ ଆମ୍ବ ପଠାଯାଇଛି।

ଭାରତରେ ଆମ୍ବକୁ ‘ଫଳର ରାଜା’ ବୋଲି ମଧ୍ୟ କୁହାଯାଏ। ଭାରତର ଅଧିକାଂଶ ରାଜ୍ୟରେ ଆମ୍ବ ବୃକ୍ଷରୋପଣ ହୋଇଥିବାବେଳେ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକରେ ଏହି ଫଳର ମୋଟ ଉତ୍ପାଦନରେ ପ୍ରମୁଖ ଅଂଶ ରହିଛି। ଆଲଫୋନସୋ, କେସର, ଟୋଟାପୁରୀ ଏବଂ ବାଇଗନପଲ୍ଲୀ କିସମର ଆମ୍ବ ଭାରତରୁ ବେଶି ପରିମାଣର ରପ୍ତାନି ହେଉଛି। ମୁଖ୍ୟତଃ ବିଦେଶକୁ ତାଜା ଆମ୍ବ ବ୍ୟତିତ ଆମ୍ବ ରସ ଏବଂ ଆମ୍ବ ସରା ବା ମ୍ୟାଙ୍ଗୋ ସ୍ଲାଇସ କରାଯାଇ ବିଦେଶକୁ ରପ୍ତାନୀ କରାଇଥାଏ।

ଆମ୍ବ ବାହାରିନ
Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.