ଇସ୍ରାଏଲର ଚନ୍ଦ୍ର ଅଭିଯାନ ବିଫଳ : ମହାକାଶରେ ଧ୍ବଂସ ପାଇଲା ବିଅରସିଟ୍‌

Published: Apr 12, 2019, 12:48 pm IST

ଚତୁର୍ଥ ରାଷ୍ଟ୍ର ଭାବରେ ଚନ୍ଦ୍ରରେ ନିଜର ମହାକାଶ ଯାନ ପହଞ୍ଚାଇବାର ପ୍ରୟାସ କରୁଥିବା ଇସ୍ରାଏଲ୍‌କୁ ବିଫଳତାର ସମ୍ନା କରିବାକୁ ପଡିଛି। ଏହାର ମହାକାଶ ଯାନ ବିଅର୍‌ସିଟ୍ ଚନ୍ଦ୍ରରେ ଧ୍ବଂସ ହୋଇଯାଇଛି। ମୁଖ୍ୟ ଇଞ୍ଜିନ୍‌ର ବିଫଳତା ଯୋଗୁଁ ଏହି ମହାକାଶ ଯାନଟି ଧ୍ବଂସ ହୋଇଥିବା ଜଣାପଡିଛି। ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ର ଏହି ଯାନଟିର ପ୍ରେରଣ ପରେ ଏହାର ଇଞ୍ଜିନ୍‌ରେ ସମସ୍ୟା ରହିଥିବା ବିଷୟରେ ଜଣାପଡିଥିଲା। ଏହି ମିଶନ୍‌ର ମୁଖ୍ୟ ଲକ୍ଷ୍ୟ ଥିଲା ଚନ୍ଦ୍ରପୃଷ୍ଠର ଫଟୋ ଉଠାଇବା ଏବଂ କିଛି ପରୀକ୍ଷଣ କରିବା। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଏହି ମିଶନ୍‌କୁ କଣ୍ଟ୍ରୋଲ ରୁମ୍‌ରୁ ଦେଖୁଥିଲେ। ମିଶନର ବିଫଳତା ପରେ ନେତନ୍ୟାହୁ କହିଛନ୍ତି, ଇସ୍ରାଏଲ୍‌ ଚନ୍ଦ୍ରରେ ନିଜର ମିଶନ ଆଗକୁ ଜାରି ରଖିବ ଏବଂ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ସଫଳତା ହାସଲ କରିବ। ଏହି ମିଶନରେ ଇସ୍ରାଏଲ୍ ୧୦୦ ମିଲିୟନ୍‌ ଆମେରିକୀୟ ଡଲାର ନିବେଶ କରିଥିଲା। ପୂର୍ବରୁ ସୋଭିଏତ୍‌ ୟୁନିୟନ୍‌, ଆମେରିକା ଏବଂ ଚୀନ୍‌ ପ୍ରଥମ ତିନି ରାଷ୍ଟ୍ର ଭାବରେ ଏହି ସଫଳତା ହାସଲ କରି ସାରିଛନ୍ତି।

Related posts