ପାରିବାରିକ ଟ୍ରଷ୍ଟରୁ 118 କୋଟି ନିବେଶ ହାସଲ କଲା ମେଡ୍‌ଲାଇଫ୍‌

Published: Apr 12, 2019, 3:08 pm IST

ବେଙ୍ଗାଲୁରୁରେ ଅବସ୍ଥାପିତ ଇ ଫାର୍ମାସୀ ଷ୍ଟାର୍ଟଅପ୍‌ମ କମ୍ପାନୀ ମେଡ୍‌ଲାଇଫ୍‌ ପାରିବାରିକ ଟ୍ରଷ୍ଟରୁ 118 କୋଟିର ନିବେଶ ହାସଲ କରିଛି । କମ୍ପାନୀର ସହ ପ୍ରତିଷ୍ଠାତା ତୁଷାର କୁମାରଙ୍କ ପରିବାରର ଟ୍ରଷ୍ଟ ‘ପ୍ରସିଦ ୟୁନୋ’ 118 କୋଟିର ପୁଞ୍ଜିନିବେଶ କରିବାର ନିଷ୍ପତ୍ତି ନେଇଛି । 2014ରେ ତୁଷାର କୁମାର ଏବଂ ପ୍ରଶାନ୍ତ ସିଂଙ୍କ କମ୍ପାନୀ ଡାକ୍ତର ମାନଙ୍କୁ ଡିଜିଟାଲ ମାଧ୍ୟମରେ ରୋଗୀଙ୍କ ତଥ୍ୟ ରଖିବାରେ ସହାୟତା କରୁଥିଲା । ଧୀରେ ଧୀରେ କମ୍ପାନୀ ବର୍ଦ୍ଧିତ ଲୋକପ୍ରିୟତା ସହିତ କମ୍ପାନୀ ଅନ୍‌ଲାଇନ୍‌ ଡାକ୍ତର ସେବା ଏବଂ ପରୀକ୍ଷଣର ସୁବିଧା ପ୍ରଦାନ କରିବା ଆରମ୍ଭ କରିଥିଲା ।   15 ମିଲିୟନ୍‌ ଡଲାର ନିବେଶରେ ଆରମ୍ଭ ହୋଇଥିବା ଏହି କମ୍ପାନୀ ପରବର୍ତ୍ତୀ ସମୟରେ ଆଲ୍‌କେମ୍‌ରୁ 30 ମିଲିୟନ୍‌ ଡଲାରର ନିବେଶ ହାସଲ କରିଥିଲା । ନିକଟରେ ମେଡଲାବ୍‌ଜକୁ ଅଧିଗ୍ରହଣ କରିଥିବା ଏହି କମ୍ପାନୀ ପୂର୍ବରୁ ତୁଲିପ୍‌ ଲାବର ମାଲିକାନା ହାସଲ କରିଛନ୍ତି । ଭାରତର 29ଟି ସହରରେ କାର୍ଯ୍ୟ କରୁଥିବା ମେଡ୍‌ ଲାଇଫ୍‌ ଏହି ନିବେଶ ସହିତ କମ୍ପାନୀରେ ସମୁଦାୟ ନିବେଶର ପରିମାଣ 427 କୋଟିରେ ପହଞ୍ଚିଛି ।

Related posts