ଚିଠିରେ ଦସ୍ତଖତକୁ ତିନି ପୂର୍ବତନ ସେନାମୁଖ୍ୟଙ୍କ ଅସ୍ବୀକାର

Published: Apr 12, 2019, 4:07 pm IST

ସେନାର ରାଜନୀତିକରଣ ହେଉଥିବା ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ଖବରକୁ ଅସ୍ବୀକାର କରିଛନ୍ତି ପୁରାତନ ସେନାମୁଖ୍ୟ ଜେନେରାଲ୍‌ ସୁନିଥ୍‌ ଫ୍ରାନ୍ସିସ୍‌ ରଡ୍ରିଗ୍‌ଜ ।ରଡ୍ରିଗ୍‌ଜ କହିଛନ୍ତି ଏପରି କୌଣସି ଚିଠି ରାଷ୍ଟ୍ରପତିଙ୍କୁ ଲେଖାଯାଇନାହିଁ କିମ୍ବା ମୁଁ କୌଣସି ଚିଠିରେୂ ହସ୍ତାକ୍ଷର କରିନାହିଁ । ପୂର୍ବତନ ବିମାନ ବାହିନୀ ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏନ୍‌ସି ସୁରୀ ଏବଂ ଏମ୍‌ଏଲ୍‌ ନାଇଡୁ ମଧ୍ୟ ଏହି ଖବରରେ ନିଜ ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି । ଏହି ଖବରକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସମାଲୋଚନା କରିବା ସହିତ କହିଥିଲେ, ତିନିଜଣ ବରିଷ୍ଠ ପୂର୍ବତନ ସେନାମୁଖ୍ୟ ଏହି ଘଟଣାରେ ନିଜର ସମ୍ପୃକ୍ତିକୁ ଅସ୍ବୀକାର କରିବା ପରେ ସରକାର ଏପରି ମିଥ୍ୟା ଚିଠିକୁ ନେଇ ଚିନ୍ତିତ । ଶ୍ରମତୀ ସୀତାରମଣ କହିଥିଲେ, କଂଗ୍ରେସ ମୋଦିଙ୍କୁ ସେନାକୁ ବ୍ୟବହାର କରୁଥିବା ନେଇ ଅଭିଯୋଗ ଉଠାଉଛି ମାତ୍ର ସେନାବାହିନୀ ବିଜେପି ସହିତ ନୁହେଁ ବରଂ ଦେଶ ସହିତ ଛିଡା ହୋଇଛି । ସେହିପରି ଏପରି କୌଣସି ଚିଠି ରାଷ୍ଟ୍ରପତି ଭବନର ହସ୍ତଗତ ହୋଇନାହିଁ ବୋଲି ମଧ୍ୟ ସୂଚନା ମିଳିଛି । ସେନାର ପୂର୍ବତନ ମୁଖ୍ୟ ଜେନରାଲ୍‌ ଶଙ୍କର ରାୟ ଚୌଧୁରୀ ଏହି ଚିଠିରେ ନିଜର ହସ୍ତାକ୍ଷର ରହିଥିବା କଥା ସ୍ବୀକାର କରିଛନ୍ତି ।

Related posts