ମୋଦି ତାଙ୍କର ୧୫ଜଣ ବନ୍ଧୁଙ୍କ ପାଇଁ ସରକାର ଚଳାଉଛନ୍ତି : ରାହୁଲ୍‌ ଗାନ୍ଧି

Published: Apr 12, 2019, 4:07 pm IST

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି । ରାହୁଲ୍‌ ଅଭିଯୋଗ କରିଛନ୍ତି ଯେ, ପିଏମ୍‌ ମୋଦି ନିଜର ୧୫ଜଣ ବନ୍ଧୁଙ୍କ ପାଇଁ ସରକାର ଚଳାଉଛନ୍ତି । ଏବଂ ବିଜୟ ମାଲ୍ୟା, ନିରବ ମୋଦିଙ୍କ ପରି  ବ୍ୟକ୍ତି ବ୍ୟାଙ୍କରୁ ଋଣ ନେଇ ଫେରାର୍‌ ହୋଇଯାଇଥିବାବେଳେ ଏପର୍ଯ୍ୟନ୍ତ ସେମାନେ ଜେଲ୍‌ ଯାଇନାହାନ୍ତି । ଏହି ଅବସରରେ ରାହୁଲ୍‌ କହିଛନ୍ତି ଯେ, ଯଦି ତାଙ୍କ ଦଳ ସତ୍ତାକୁ ଆସିବ, ସେତେବେଳ କୌଣସି ଚାଷୀ ବା କିଶାନଙ୍କୁ ଋଣ ପରିଶୋଧ ନ କରିବା ଅପରାଧରେ ଜେଲ୍‌ ଯିବାକୁ ପଡ଼ିବ ନାହିଁ । ଏଇଟା ଠିକ୍‌ ନୁହେଁ ଯେ ଋଣ ପରିଶୋଧ ନ କରି ଧନୀ ଲୋକ ଜେଲ୍‌ ଯିବେନି କିନ୍ତୁ ଗରିବ ଲୋକ ଜେଲ୍‌ ଯିବେ । ରାହୁଲ୍‌ ଗାନ୍ଧି ମୋଦିଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ନିରବ ମୋଦି ୩୫ ହଜାର କୋଟି, ମେହୁଲ୍‌ ଚୋକ୍‌ସି ୪୫ ହଜାର କୋଟି ଓ ବିଜୟ ମାଲ୍ୟା ଦଶ ହଜାର କୋଟି ଦେଇଛନ୍ତି । ମୋଦି ପାଞ୍ଚବର୍ଷରେ ୧୫ଜଣଙ୍କ ପାଇଁ ସରକାର ଚଳାଇଛନ୍ତି । ସେମାନେ ହେଉଛନ୍ତି ଅନିଲ୍‌ ଅମ୍ବାନୀ, ମେହୁଲ୍‌ ଚୋକ୍‌ସି, ନିରବ ମୋଦି ପ୍ରମୁଖ । ସେହିପରି କଂଗ୍ରେସ ତରଫରୁ ଘୋଷଣା କରାଯାଇଥିବା  ନିମ୍ନତମ ଆୟ ଯୋଜନା ‘ନ୍ୟାୟ’ ବିଷୟରେ କହିଛନ୍ତି ରାହୁଲ୍‌ । ଏହା ଦ୍ବାରା ଲୋକଙ୍କ ଭିତରେ ଏକ କ୍ଷମତା ଆସିବ, ଅର୍ଥବ୍ୟବସ୍ଥା ଆଗକୁ ବଢିବ ।

Related posts