ରାହୁଲଙ୍କ ବିପକ୍ଷରେ ସର୍ବୋଚ୍ଚ କୋର୍ଟ ଗଲେ ମୀନାକ୍ଷୀ ଲେଖି

Published: Apr 12, 2019, 5:12 pm IST

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ସର୍ବୋଚ୍ଚ କେର୍ଟରେ ମାମଲା ଦାୟର କରିଛନ୍ତି ବିଜେପି ସାଂସଦ ମୀନାକ୍ଷୀ ଲେଖି । ରାଫାଲେ ବିମାନ କିଣା ମାମଲାରେ ରାହୁଲ ମୋଦିଙ୍କୁ ‘ଚୌକିଦାର ଚୋର ହୈ’ ବୋଲି ସମ୍ବୋଧନ କରିବା ନେଇ ଲେଖି ଏହି ମାମଲା ଦାୟର କରିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଲେଖିଙ୍କ ପାଇଁ ମାମଲା ପରିଚାଳନା କରୁଥିବା ମୁକୁଲ ରୋହତାଗୀ କହିଥିଲେ କୋର୍ଟ ଏହି ମାମଲାର ରାୟ ପ୍ରଦାନ କରିଥିବା ବେଳେ ରାହଉଲ ଏହାକୁ ଗଣମାଧ୍ୟମ ଅଧିକାରୀଙ୍କ ସମ୍ନାରେ ଅଲଗା ଢଙ୍ଗରେ କହିଛନ୍ତି । ରୋହତାଗୀଙ୍କ ପକ୍ଷ ଶୁଣିବା ପରେ ମୁ୍ଖ୍ୟ ବିଚାରପତି ମାମଲାର ଶୁଣାଣି ପାଇଁ ଏପ୍ରିଲ୍‌ 15(ସୋମବାର) ତାରିଖ ଧାର୍ଯ୍ୟ କରିଛନ୍ତି ।

Related posts