ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ରିଉ୍‌ ଦ ଆପୋଷ୍ଟ୍‌ଲେ ସମ୍ମାନ

Published: Apr 12, 2019, 4:16 pm IST

ୟୁଏଇ ପରେ ରୁଷ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ରୁଷ ଦୂତାବାସ ପକ୍ଷରୁ ଜାରି ବୟାନରେ ଏହା କୁହାଯାଇଛି ।  ଯେ ଭାରତ-ରୁଷର ରଣନୈତିକ ଭାଗିଦାରୀରେ ଅଦ୍ଭୂତପୂର୍ବ ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରିଉ ଦ ଆପୋଷ୍ଟଲେ ସମ୍ମାନ ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରିଉ ଆପୋଷ୍ଟଲେ ହେଉଛି ରୁଷ ସଂଘର ସର୍ବୋଚ୍ଚ ସମ୍ମାନ। ୧୬୯୮ରୁ ରୁଷ ସାମ୍ରାଜ୍ୟରେ ସାହାସୀ ବୀରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିଲା। ରୁଷରେ ରାଜତନ୍ତ୍ରର ବିଲୋପ ସହ ସୋଭିଏତ ସଂଘ ଗଠନ ହେବା ପରେ ଏହି ସମ୍ମାନ ଉଚ୍ଛେଦ କରାଯାଇଥିଲା। ତେବେ ୧୯୯୮ରୁ ପୁଣି ଥରେ ଏହି ସମ୍ମାନ ପ୍ରଦାନ କରାଯାଉଛି। ଅପ୍ରେଲ ୪ ତାରିଖରେ ୟୁଏଇ ତରଫରୁ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’ରେ ସମ୍ମାନିତ କରାଯାଇଥିଲା ।

Related posts