ଫିଲ୍ମ ଫ୍ରାଇଡେ’ର ପରଦାକୁ ଆସିଛି ପାଞ୍ଚୋଟି ଫିଲ୍ମ : ’ଦି ତାଶକେଣ୍ଟ ଫାଇଲ୍ସ’କୁ ନେଇ ଉତ୍ସାହ

Published: Apr 12, 2019, 6:02 pm IST

ଫିଲ୍ମ ଫ୍ରାଇଡେ’ର ଆଜି ରିଲିଜ୍‌ ହୋଇଛି ପାଞ୍ଚୋଟି ଫିଲ୍ମ । ସୌମିତ୍ର ରାଣାଡ଼େଙ୍କ ନିର୍ଦ୍ଦେଶିତ ତଥା ନନ୍ଦିତା ଦାସ, ମାନବ କୌଲ୍‌ ଓ ସୌରଭ ଶୁକ୍ଳାଙ୍କ ଅଭିନୀତ ‘ଆଲବର୍ଟ ପିଣ୍ଟୋ କୋ ଗୁସା କ୍ୟୁ ଆତି ହୈ’, ବ୍ରିଜେଶ୍‌ ଜୟରଂଜନ, ଲରେନ୍‌ ଫ୍ରାଙ୍କୋ, ରାଜିଭ୍‌ ଗୌରସିଂ, କରନ୍‌ ସୋନୀଙ୍କ ଅଭିନୀତ ତଥା ରାକେଶ ରଂଜନ କୁମାରଙ୍କ ନିର୍ଦ୍ଦେଶିତ ‘ ପ୍ରହାରଗଂଜ’,  ବିଶାଲ୍‌ ମିଶ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ’ମାରୁଧର ଏକ୍ସପ୍ରେସ୍‌’ ଆଜି ରିଲିଜ୍‌ ହୋଇଛି । ଏହି ଫିଲ୍ମରେ କୁନାଲ ରାୟ କପୁର୍‌, ତାରା ଆଲିଶା ବେରି, ରାଜେଶ ଶର୍ମା ପ୍ରମୁଖ ଅଭିନୟ କରୁଛନ୍ତି ସେହିପରି ଆଜି ରିଲିଜ୍‌ ହେଉଛି ତରୁଣ ଓ ବିଷ୍ଟଙ୍କ ନିର୍ଦ୍ଦେଶିତ ତଥା ରଘୁବୀର ଯାଦବ, ଅଶୋକ ସମ୍ରାଟ୍‌, ଅଖିଳେନ୍ଦ୍ର ମିଶ୍ର, ପଙ୍କଜ ଝା, ଅଭୟ ଶର୍ମା ଓ ଅଲିସ୍ମିତା ଗୋସ୍ବାମୀଙ୍କ ଅଭିନୀତ ବ୍ଲାକବୋର୍ଡ ଭର୍ସେସ୍‌ ଓ୍ବାଇଟ୍‌ ବୋର୍ଡ । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦି ତାଶକେଣ୍ଟ ଫାଇଲ୍ସ’  ମୁକ୍ତିଲାଭ କରିଛି। ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁର ରହସ୍ୟକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଏଥିରେ ପଙ୍କଜ ତ୍ରିପାଠୀ, ମିଥୁନ ଚକ୍ରବର୍ତ୍ତୀ, ଶ୍ୱେତା ବସୁ ପ୍ରସାଦ, ନସୀରୁଦ୍ଦିନ ଶାହ, ମନ୍ଦିରା ବେଦୀ ଓ ପଲ୍ଲବୀ ଜୋଶୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିବାର ଜଣାପଡିଛି । ଆଜି ରିଲିଜ ହୋଇଥା’ନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଫିଲ୍ମ । କିନ୍ତୁ ଇସି ନିର୍ବାଚନ ସମୟରେ ଏହି ଫିଲ୍ମର ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି, ନିର୍ବାଚନ ପରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି କୁହାଯାଇଛି ।

Related posts