Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋପିଆଁରେ ୨ ଆତଙ୍କବାଦୀ ନିହତ
ଆଜିର ଖବର

ସୋପିଆଁରେ ୨ ଆତଙ୍କବାଦୀ ନିହତ

April 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
two militants killed in shopian
two militants killed in shopian

ଜମ୍ମୁ ଏବଂ କାଶ୍ମୀରରେ ସେନା ପକ୍ଷରୁ ଜାରି ରହିଥିବା କର୍ଡନ୍‌ ଆଣ୍ଡ ସର୍ଚ୍ଚ ଅପରେସନ୍‌ (କାସୋ) ରେ ଏନକାଉଣ୍ଟରରେ ଦୁଇ ଆତଙ୍କୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲାରେ ଶନିବାର ସକାଳେ ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ଗହାଣ୍ଡ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା । ଏହାପରେ ଯବାନମାନେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଜବାବରେ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆହୁରି ୨ ରୁ ୩ ଜଣ ଆତଙ୍କବାଦୀ ସମ୍ପୃକ୍ତ ଅଞ୍ଚଳରେ ଲୁଚି ରହିଥିବା ସୂଚନା ରହିଛି । ତେଣୁ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ନିହତ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଜଣେ ଏମ.ଟେକ୍‌ ଛାତ୍ର ରହିଛନ୍ତି। ତାଙ୍କ ନାମ ଶାହିଲ ଶାହିଦ ଏବଂ ଘର ଗାନ୍ଦରବଲ ଜିଲାର ନୁନେର ଗାଁରେ। ସେ ୩ଦିନ ତଳେ ଆତଙ୍କୀ ସଂଗଠନରେ ଯୋଗଦେଇଥିଲେ । ସେହିପରି ଅନ୍ୟ ଆତଙ୍କୀଙ୍କ ଘର ସୋପିଆନ ଜିଲାର କୀଗମ ଗାଁରେ ଏବଂ ତାଙ୍କର ନାଁ ବିଲାଲ ଅହମ୍ମଦ ବୋଲି ଜଣାପଡ଼ିଛି । ରାଷ୍ଟ୍ରୀୟ ରାଇଫଲ୍‌ସ, ସ୍ବତନ୍ତ୍ର ଅପରେସନ୍‌ ଗ୍ରୁପ୍‌, ସିଆରପିଏଫ୍‌ ପକ୍ଷରୁ ମିଳିତ ଭାବରେ ଏହି ଅପରେସନ୍‌ କରାଯାଇଥିଲା । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଜିଓ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସେପ୍ଟେମ୍ବରରେ ଯୋଡିଛି

November 3, 2025

ବିଜେପିରେ ମିଶିଲେ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ, ଥିଲେ ନବୀନଙ୍କ ପାଖ ଲୋକ

November 3, 2025

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025

ବ୍ରହ୍ମପୁର ସହରରେ ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର 

November 3, 2025
BJP Ads
Latest News

ଆଗାମୀ ସିରିଜ କେବେ ଏବଂ କାହା ସହିତ ଖେଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ

November 3, 2025

ଓଡ଼ିଶାରେ ଜିଓ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସେପ୍ଟେମ୍ବରରେ ଯୋଡିଛି

November 3, 2025

ବିଜେପିରେ ମିଶିଲେ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ, ଥିଲେ ନବୀନଙ୍କ ପାଖ ଲୋକ

November 3, 2025

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025

ବ୍ରହ୍ମପୁର ସହରରେ ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର 

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.