Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ୨୨ ଜଣଙ୍କୁ ଜାତୀୟ ଯୁବ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ
ଜାତୀୟ ଖବର

ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ୨୨ ଜଣଙ୍କୁ ଜାତୀୟ ଯୁବ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

August 12, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ୨୨ ଜଣଙ୍କୁ ଜାତୀୟ ଯୁବ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, କେନ୍ଦ୍ର ଯୁବ ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଯୁବ ପୁରସ୍କାର ୨୦୧୭-୧୮ ଏବଂ ୨୦୧୮-୧୯ ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୧ କୁ ସ୍ମରଣ କରି, କୃଷି-ଉଦ୍ୟୋଗ ଚ୍ୟାଲେଞ୍ଜ ଏସ୍‍.ଓ.ଏଲ୍‍.ଭି.ଇ.ଡି ୨୦୨୧ (ସାମାଜିକ ଉଦ୍ଦେଶ୍ୟ-ଭିତ୍ତିକ ସ୍ୱେଚ୍ଛାସେବୀ ଉଦ୍ୟୋଗ ବିକାଶ) ର ଦଶ ଜଣ ଯୁବ ବିଜେତା ଉଦ୍ୟୋଗୀ ଦଳ ମଧ୍ୟ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଯୁବ ବ୍ୟାପାର ବିଭାଗର ସଚିବ, ଶ୍ରମତୀ ଉଷା ଶର୍ମା; ଜାତିସଂଘର ଆବାସିକ ସଂଯୋଜକ, ଶ୍ରୀମତୀ ଡେଇର୍ଡେବୋୟେଡ ଏବଂ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଶ୍ରୀ ଅସୀତ ସିଂହ ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପୁରସ୍କାର ବିତରଣ ଉତ୍ସବରେ ଶ୍ରୀ ଅନୁରାଗ ଠାକୁର କହିଛନ୍ତି, ଆଜି ମିଳିତ ଜାତିସଂଘ (ୟୁଏନ୍‍) ଦ୍ୱାରା ଘୋଷିତ ଆନ୍ତର୍ଜାତୀୟ ଯୁବ ଦିବସର ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଆନ୍ତର୍ଜାତୀୟ ଯୁବ ଦିବସ କେବଳ କ୍ୟାଲେଣ୍ଡରରେ ଗୋଟିଏ ଦିନ ନୁହେଁ । ଭାରତର ଯୁବକମାନେ ଭାରତର ଭବିଷ୍ୟତ ହେବାବେଳେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଭାରତର ବର୍ତ୍ତମାନ ।  ବର୍ତ୍ତମାନ ଯୁଗରେ ସେମାନେ ନୂଚନା ଚିନ୍ତାଧାରା ଏବଂ ନବସୃଜନର ଡ୍ରାଇଭର ଅଟନ୍ତି – ଏଆଇ – ଆତ୍ମନିର୍ଭର ଇନୋଭେସନ’ ।

ଶ୍ରୀ ଅନୁରାଗ ଠାକୁର ଆହୁରି କହିଛନ୍ତି, ଚଳିତ ବର୍ଷ ଆନ୍ତର୍ଜାତୀୟ ଯୁବ ଦିବସର ବିଷୟବସ୍ତୁ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଉପରେ ଧ୍ୟାନ ଦେଇଥାଏ; ଏହି ପରିବର୍ତ୍ତନ ପାଇଁ ଯୁବକ ମାନଙ୍କ ଯୋଗଦାନ ଏକ ପ୍ରମୁଖ ବିଷୟ । ଯୁବକମାନଙ୍କ ନେତୃତ୍ୱରେ କୃଷି-ଜ୍ଞାନକୌଶଳ ଉଦ୍ଭାବନ ଏହି କ୍ଷେତ୍ରରେ ନୂତନ ଉଦୀୟମାନ ଧାରା ଚଳାଉଛି । ଯୁବକମାନଙ୍କ ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ବିନା ଏଭଳି ବିଶ୍ୱସ୍ତରୀୟ ପ୍ରୟାସର ସଫଳତା ହାସଲ ହେବ ନାହିଁ । ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଆମର ଯୁବ ନାଗରିକଙ୍କ ପାଇଁ ବୃତ୍ତିଗତ ଶିକ୍ଷା, ଦକ୍ଷତା, ଷ୍ଟାର୍ଟଅପ୍ ପାଣ୍ଠି ଉପରେ ବିଭିନ୍ନ ପଦକ୍ଷେପକୁ ପ୍ରାଥମିକତା ଦେଇଛନ୍ତି । ଆମେ ଭାରତର ଯୁବକମାନଙ୍କୁ ବିଶ୍ୱର ସବୁଠାରୁ ଅଧିକ ଦକ୍ଷ କରିବା ପାଇଁ ଲକ୍ଷ୍ୟ ରଖିଛୁ । ମୁଁ ସମସ୍ତ ଜାତୀୟ ଯୁବ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି । ପୁରସ୍କାର ପ୍ରଦାନରେ ଆମର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଉତ୍କର୍ଷତା ହାସଲ କରିବା ପାଇଁ ଉତ୍ସାହିତ କରିବା ।

ଏହି ଅବସରରେ ଭାଷଣ ଦେଇ ଶ୍ରୀମତୀ ଡେଇର୍ଡେବୋୟେଡ କହିଛନ୍ତି ଯେ ବିଶ୍ୱ ସହିତ ଭାରତର ଅନେକ ଭାଗିଦାର ଅଛି, ଏଠାରେ ବହୁ ସଂଖ୍ୟାରେ ଯୁବଗୋଷ୍ଠି ଅଛନ୍ତି । ପରିବର୍ତ୍ତନକୁ ପ୍ରଭାବିତ କରିବାର ଶକ୍ତି ଯୁବକମାନଙ୍କର ଅଛି, ଦେଶର ଅଗ୍ରଗତି ପାଇଁ ସେମାନଙ୍କର ନୂତନ ଏବଂ ଅଭିନବ ଚିନ୍ତାଧାରା ଅଛି । ନିରନ୍ତର ବିକାଶରେ ସମଗ୍ର ବିଶ୍ୱରେ ଯୁବକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।

ଯୁବ ବ୍ୟାପାର ବିଭାଗର ସଚିବ ଶ୍ରୀମତୀ ଉଷା ଶର୍ମା କହିଛନ୍ତି ଯେ ଭାରତର ଯୁବକ ଶକ୍ତି ପରିବର୍ତ୍ତନର ର୍ନିମାତା, ଅଭିନବ, ଯୁବ ଉଦ୍ୟୋଗୀ ତଥା ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା କରୁଥିବା ନିସ୍ୱାର୍ଥପର ସ୍ୱେ୍ୱଚ୍ଛାସେବୀ ଭାବରେ ବହୁମୁଖୀ ଭୂମିକା ଗ୍ରହଣ କରୁଛନ୍ତି ।

ବ୍ୟକ୍ତିଗତ ଏବଂ ସଂଗଠନ ବର୍ଗରେ ମୋଟ ୨୨ ଟି ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା । ଏନ୍‍ୱାଇଏ ୨୦୧୭-୧୮ ପାଇଁ ମୋଟ ୧୪ ପୁରସ୍କାର ପ୍ରଦାନ କରାଯାଇଥିଲା, ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୧୦ ପୁରସ୍କାର ଏବଂ ସଂଗଠନ ବର୍ଗରେ ୪ ପୁରସ୍କାର ଅନ୍ତର୍ଭୁକ୍ତ । ଏନ୍‍ୱାଇଏ ୨୦୧୮-୧୯ ପାଇଁ ମୋଟ ୮ ପୁରସ୍କାର ପ୍ରଦାନ କରାଯାଇଥିଲା ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୭ ପୁରସ୍କାର ଏବଂ ସଂଗଠନ ବର୍ଗରେ ୧ ପୁରସ୍କାର ଅନ୍ତର୍ଭୁକ୍ତ । ଏହି ପୁରସ୍କାରରେ ପଦକ, ସାର୍ଟିଫିକେଟ୍ ଏବଂ ବ୍ୟକ୍ତିଗତ ଭାବେ ନଗଦ ପୁରସ୍କାର ଏକ ଲକ୍ଷ ଟଙ୍କା ଏବଂ ସଂଗଠନକୁ ନଗଦ ଆକାରରେ ଯଥାକ୍ରମେ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ୨୦୧୭-୧୮ବର୍ଷ ପାଇଁ ବ୍ୟକ୍ତିଗତ ବର୍ଗରେ ଓଡିଶାର ଅନୀଲ ପ୍ରଧାନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।

ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ, ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବିକାଶ ତଥା ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଯଥା ମାନବିକ ଅଧିକାର ପ୍ରୋତ୍ସାହନ, ସକ୍ରିୟ ନାଗରିକତା, ଗୋଷ୍ଠି ସେବା ଇତ୍ୟାଦି ଅବଦାନ ପାଇଁ ବ୍ୟକ୍ତିବିଶେଷ (୧୫-୨୯ ବର୍ଷ ବୟସ) ଏବଂ ସଂଗଠନକୁ ଜାତୀୟ ଯୁବ ପୁରସ୍କାର (ଏନ୍‍ୱାଇଏ) ପ୍ରଦାନ କରିଥାଏ ।

ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଜାତୀୟ ବିକାଶ ତଥା ସାମାଜିକ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଉତ୍ସାହିତ କରିବା, ଯୁବକମାନଙ୍କୁ ସମାଜ ପ୍ରତି ଥିବା ଦାୟିତ୍ୱ ଭାବନା ବଢାଇବାକୁ ଉତ୍ସାହିତ କରିବା ଏବଂ ଏହିପରି ଉତ୍ତମ ନାଗରିକ ଭାବରେ ନିଜର ବ୍ୟକ୍ତିଗତ ସାମର୍ଥ୍ୟକୁ ଉନ୍ନତ କରିବା ଏବଂ ସାମାଜିକ ସେବା ସମେତ ଜାତୀୟ ବିକାଶ ପାଇଁ ଯୁବକମାନଙ୍କ ସହିତ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ଦେବା ।

ଏସ୍‍.ଓ.ଏଲ୍‍.ଭି.ଇ.ଡି ଚ୍ୟାଲେଞ୍ଜ ପୁରସ୍କାର ନାମ ଗୁଡିକ ଏହା ଅଧିନରେ :

ମିଳିତ ଜାତିସଂଘର ସ୍ୱେଚ୍ଛାସେବୀ ତଥା ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ସହଯୋଗରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଭାରତର ଗ୍ରାମାଞ୍ଚଳ, ସହରତଳି ଅଞ୍ଚଳ ତଥା ସହରାଞ୍ଚଳ ଯୁବକମାନଙ୍କ ପାଇଁ ଡିସେମ୍ବର ୨୦୨୦ ରେ ଏସ୍‍.ଓ.ଏଲ୍‍.ଭି.ଇ.ଡି ଚ୍ୟାଲେଞ୍ଜ ଆରମ୍ଭ କରିଛି, ଯେଉଁଥିରେ ଅଭିନବ ପ୍ରତିଭାଙ୍କୁ ଚିହ୍ନଟ ଓ ବିକଶିତ କରିବା, ଯୁବ-ନେତୃତ୍ୱାଧୀନ ଉଦ୍ୟୋଗୀ ସମାଧାନ ଚିହ୍ନଟ ଏବଂ ପୋଷଣ ପାଇଁ  କୃଷି-ଖାଦ୍ୟ ଶୃଙ୍ଖଳାରେ ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ସମସ୍ୟାର ସମାଧାନ କରିବା ।  ସମଗ୍ର ଭାରତରୁ ୮୫୦ ରୁ ଅଧିକ ଯୁବକ ଆବେଦନ କରିଥିଲେ ଏବଂ ଅନେକ ପର୍ଯ୍ୟାୟର ପ୍ରତିଯୋଗିତା ଏବଂ ତାଲିମ ପରେ ଜାମ୍ମୁ କାଶ୍ମୀର, ବିହାର, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ଗୁଜୁରାଟ ସମେତ ୧୦ ଜଣ ବିଜେତା ବାହାରିଥିଲେ ।

ଅନୁରାଗ ସିଂ ଠାକୁର
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.