Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାୟକ ଭୀମା ମାଣ୍ଡଓ୍ବୀଙ୍କ ମୃତ୍ୟୁକୁ ନେଇ ଶାହା-ବାଘେଲ୍‌ଙ୍କ ମଧ୍ୟରେ ବାକ୍‌ଯୁଦ୍ଧ
ଆଜିର ଖବର

ବିଧାୟକ ଭୀମା ମାଣ୍ଡଓ୍ବୀଙ୍କ ମୃତ୍ୟୁକୁ ନେଇ ଶାହା-ବାଘେଲ୍‌ଙ୍କ ମଧ୍ୟରେ ବାକ୍‌ଯୁଦ୍ଧ

April 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
shahar and baghel cold war
shahar and baghel cold war

ବିଜେପି ବିଧାୟକ ଭୀମା ମାଣ୍ଡଭୀଙ୍କ ନକ୍ସଲଙ୍କ ଦ୍ବାରା ହତ୍ୟା ପରେ ଏହାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ବିଧାୟକଙ୍କ ହତ୍ୟାକୁ ରାଜନୖେତିକ ଷଡଯନ୍ତ୍ର କହିଛନ୍ତି । ତେବେ ଶାହାଙ୍କ ଏପରି ଆରୋପ ପରେ ଭୂପେଶ ବଘେଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଧାୟକ ମାଣ୍ଡଭୀଙ୍କ ମୃତ୍ୟୁ ପାଇଁ ସେ ଦୁଃଖିତ । ବିଧାୟକଙ୍କ ସୁରକ୍ଷା ଫେରାଇ ଦିଆଯାଇଥିଲା, କିନ୍ତୁ ସେ ଏହି ସୁରକ୍ଷାକୁ ଗ୍ରହଣ କରିନଥିଲେ । ଏହି ମାମଲାର ଯେକୗଣସି ତଦନ୍ତ ପାଇଁ ସେ ରାଜି ଅଛନ୍ତି । କିନ୍ତୁ ରାଜ୍ୟରେ ଆଚାର ସଂହିତା ଲାଗୁ ହୋଇଥିବାର ଏହି ସମ୍ବନ୍ଧୀୟ କୌଣସି ଘୋଷଣା କରାଯାଇପାରିବ ନାହିଁ । କିନ୍ତୁ ଏହି ଘଟଣାର ଦିନକ ପରେ ନିର୍ବାଚନ ଆୟୋଗଙ୍କୁ ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଅନୁମତି ପତ୍ର ଦିଆଯାଇଛି ବୋଲି କହିଛନ୍ତି ଭୂପେଶ । ସେହିପରି ଶାହା ଏହି ଘଟଣାର ସିବିଆଇ ତଦନ୍ତ ନ କରାଯିବା ନେଇ ଭୂପେଶ୍‌ ବାଘେଲ ଡରିଯାଇଛନ୍ତି ବୋଲି ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ ଭୂପେଶ ଜବାବ ରଖି କହିଛନ୍ତି ଯେ, ସିବିଆଇ ଉପରେ ପ୍ରତିବନ୍ଧକ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ୨୦୧୨ରେ ଲଗାଇଥିଲ । ଅମିତ୍‌ ଶାହା ନିଜକୁ ମିଛୁଆ ପ୍ରମାଣିତ କରିବା ସହିତ ରାଜ୍ୟସରକାରଙ୍କ ଯୋଜନା ଉପରେ ମିଥ୍ୟା ବୟାନବାଜି କରୁଛନ୍ତି ବୋଲି ବାଘେଲ କହିଛନ୍ତି ।  ଗତ ଏପ୍ରିଲ୍‌ ୯ ତାରିଖ ଦିନ ଦାନ୍ତେଓ୍ବାଡାଠାରେ ନକ୍ସଲ ଆକ୍ରମଣରେ ବିଧାୟକ ଭୀମା ମାଣ୍ଡଭୀଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026

ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ: ସମନ୍ୱୟ ସମିତି

August 30, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ବୈଠକ

August 30, 2026
Latest News

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026

ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ: ସମନ୍ୱୟ ସମିତି

August 30, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ବୈଠକ

August 30, 2026

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.