ବିଜେଡ଼ି ତରଫରୁ ବିଭିନ୍ନ ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି : ଉପ ସଭାପତି ହେଲେ ଘଡେଇ

Published: Apr 15, 2019, 1:42 pm IST

ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇଙ୍କୁ ମିଳିଲା ବିଜେଡିର ଉପ ସଭାପତି ପଦ। ନିକଟ ରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିଲା। ତିନି ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇକୁ ନିଯୁକ୍ତି ଦେଇଛନ୍ତି। ପ୍ରଫୁଲ୍ଲଙ୍କୁ ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କର ଦାୟିତ୍ବ ଦିଆଯାଇଛି। ସେହିପରି ଟିକେଟ୍‌ରୁ ବଞ୍ଚିତ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ଓ ପ୍ରକାଶ ଦାସଙ୍କୁ ସାଧାରଣ ସଂପାଦକ ଦାୟିତ୍ୱ ଦେଇଛନ୍ତି। ହିନ୍ଦୋଳ ପାଇଁ ରବି ନାରାୟଣ ନନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ନିରଞ୍ଜନ ପୂଜାରୀ ଓ ଅର୍କେଶ ସିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ଦଳ ଦାୟିତ୍ୱ ଦେଇଛି। ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା ପର୍ଯ୍ୟବେକ୍ଷକ , ସିଦ୍ଧେଶ୍ୱର ପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ ସହ ପର୍ଯ୍ୟବେକ୍ଷକ, ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ଜୁଗଳ ନାୟକଙ୍କୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛନ୍ତି।

Related posts