Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲଘୁଚାପଜନିତ ବର୍ଷାରେ ବେହାଲ ଚିଲିକାବାସୀ: ପାଣି ଘେରରେ ଅନେକ ଗ୍ରାମ
ଆଞ୍ଚଳିକ

ଲଘୁଚାପଜନିତ ବର୍ଷାରେ ବେହାଲ ଚିଲିକାବାସୀ: ପାଣି ଘେରରେ ଅନେକ ଗ୍ରାମ

September 13, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସାରା ରାଜ୍ୟରେ ଶନିବାର ଠାରୁ ଲଘୁଚାପଜନିତ ବର୍ଷା ଲାଗିରହିଥିବା ବେଳେ କେତେବେଳେ ଝିପି ଝିପି ତ କେତେବେଳେ ମୁଷଳ ଧାରାରେ ବର୍ଷୁଛି। ତୁହାକୁ ତୁହା ବର୍ଷା ହେବା ଫଳରେ ଚାରିଆଡ଼େ ଜଳମଗ୍ନ। ଯାହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିଛି।

ଆଜି ଚିଲିକା ବ୍ଲକରେ ୧୬୦ ମିଲିମିଟର ଓ ବାଣପୁର ବ୍ଲକରେ ୧୩୯ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା, କାଳୁପଡ଼ା, ଚଣ୍ଡେଶ୍ୱର ଆଦି ଅଞ୍ଚଳରେ ହଜାର ହଜାର ଜନସାଧାରଣ ଜଳବନ୍ଦୀ ହୋଇଥିବାବେଳେ ଏକାଧିକ ସ୍ଥାନରେ ୪ ଫୁଟରୁ ଉର୍ଦ୍ଧ ଲହଡି ମାରୁଛି। ତାହା ସହ ଚିଲିକା କୁଳିଆ ମତ୍ସଜୀବୀଙ୍କର ହଜାର ହଜାର ଟଙ୍କାର ଜାଲ ଡଙ୍ଗା ପ୍ରଭାବିତ ହୋଇଛି। କାଳୁପଡ଼ା ଘାଟ ଅଞ୍ଚଳର ଝୁନୁପଦା ଠାରେ ଅଣ୍ଟାଏ ଉଚ୍ଚର ପାଣି ଲହଡି ମାରୁଛି। ସେହିଭଳି ଭାବେ କାଳୁପଡାଘାଟ ରେଳ ଲାଇନ ନିକଟ ଶଙ୍ଖ ବିପଦ ସଙ୍କୁଳ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି।

ଚଣ୍ଡେଶ୍ୱର ଅଁଳାଡିହ ଗ୍ରାମର ଚଢେଇ ଗୁଆଁ ଗ୍ରାମରେ ଭାଙ୍ଗିଛି ନଦୀ ବନ୍ଧ। ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବାଲି ବସ୍ତା ରଖି ବନ୍ଧକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଛନ୍ତି। ବାଁଉଶମୂଳରୁ ସୋରଣ ଯିବା ରାସ୍ତା ଉପରେ ୪ ଫୁଟର ବର୍ଷା ଜଳ ଲହଡି ଭାଙ୍ଗୁଛି।

ସେହିପରି ଭାବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଜଳ ନିଷ୍କାସିତ ନ ହୋଇ ରାସ୍ତା ଘାଟରେ ଜମି ରହିବା ଦ୍ୱାରା ଅନେକ ସ୍ଥାନରେ ଯଥା ବାଣପୁର ବାଲୁଗାଁର ମୁଖ୍ୟ ରାସ୍ତା ଆଇବି ରୋଡ଼, ଉମାମହେଶ୍ୱର ରାସ୍ତା, ସୂର୍ଯ୍ୟନଗର, ଗଙ୍ଗନଗର ସମେତ ବାଲୁଗାଁ ମହାବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ଅବସ୍ଥାରେ ରହିଛି। ଚାରିଆଡେ ପାଣି ଜମିରହିବା ଫଳରେ ମଶା ବଂଶ ବିସ୍ତାର ଯାହାକି ଡେଙ୍ଗୁ ଆଦି ନାନାଦି ମାରାତ୍ମକ ରୋଗ ବ୍ୟାପିବା ସାଙ୍ଗକୁ ସରୀସୃପଙ୍କ ଭୟରେ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଭିନ୍ନ ରାସ୍ତା ସମସ୍ୟା ହେଉ ଅଥବା ଡ୍ରେନ ସମସ୍ୟା ବହୁ ପୂର୍ବରୁ ଲାଗିରହିଥିଲେ ସୁଦ୍ଧା ପ୍ରଶାସନ ଏଯାବତ ତାହାକୁ ସଜାଡିପାରିନାହିଁ।

ଲଗାତର ବର୍ଷା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା। କୂଳ ଲଙ୍ଘି ଚିଲିକା ଜଳରାଶି ଫୁଲିବାରେ ଲାଗିଛି। ଯାହାର ପ୍ରଭାବରେ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ଏବଂ ବେପାରୀ ନିଜର ବେଉସା ହରାଇ ବସିଛନ୍ତି। ଏପରିକି ବାଲୁଗାଁ ଜେଟି ଓ ବଡ଼କୁଳ ନିକଟ ପାନ୍ଥନିବସ ଜେଟିରେ ଶତାଧିକ ମତ୍ସ୍ୟଜୀବୀ ନିଜର ଡ଼ଙ୍ଗାକୁ କୂଳରେ ରଖି ବସିଥିବା ବେଳେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟ ସାଧ୍ୟ ହୋଇପଡିଛି। ଏଥି ସହିତ ତୁହାକୁ ତୁହା ବର୍ଷାରେ ଲୋକେ ଘରୁ ବାହାରକୁ ବାହାରିପାରୁ ନ ଥିବା ଫଳରେ ଚାରିଆଡେ ଖାଁ ଖାଁ ଲାଗୁଛି।

ସେହିପରି ଭାବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଣପୁର ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ହୋଇଛି। ଗମ୍ଭାରୀମୁଣ୍ଡାର ବାବା ବାଙ୍କନିଧି ଦେବଙ୍କ ମନ୍ଦିର ଭିତରେ ୪ଫୁଟ ର ପାଣି ଓ ନରେନ୍ଦ୍ରପୁର ଗାଁ ର ରାଧାକୃଷ୍ଣ ଦେବଙ୍କ ମନ୍ଦିରରେ ୨ଫୁଟ ର ପାଣିର ଲହଡି ଯୋଗୁଁ ଯୋଗୁଁ ପୂଜାକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ସେହିଭଳି ବରପାଟଣା ଭଗବତୀପୁର ଓ ଘାଷେଡିହ ଗ୍ରାମର ଜନସାଧାରଣ ମାନେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଉକ୍ତ ଅଞ୍ଚଳଗୁଡିକୁ ବାଦ ଦେଲେ ଏବେବି ୮ଟି ଗାଁ ଜଳମଗ୍ନ ଭିତରେ ରହିଛି ଓ ବିଭିନ୍ନ ସ୍ଥାନରେ ପାଣି ଜମିରହିଛି। ଶାଳିଆ ନଦୀର ଧାର ସାପୁଆ ନଦୀ ର ପ୍ରଭାବରେ ଗାଲୁଆ ଗ୍ରାମ ପଞ୍ଚାୟତ ଓ ବାଣପୁର ଏନ୍.ଏ.ସି ର କିଛିଗ୍ରାମ ଜଳ ଘେରୀରେ ଅଛି। ସେହିଭଳି କ୍ଷୁଦ୍ର ଜଳ ବିଭାଜନ ଷଣ୍ଡା ଡ୍ୟାମର ଦୁଇ ନଦୀ ଅନ୍ଧାରୀ ଓ ନୀୟମ ନାଳର ଜଳରାଶି ବୃଦ୍ଧି ହେବା ଯୋଗୁଁ ଆୟତପୁର, ଦେଓଗାଁ, ଗମ୍ଭାରିମୁଣ୍ଡା ଓ ତୋରସିଂହ ପଞ୍ଚାୟତରେ ନଦୀଜଳ ଅନେକ ଗାଁକୁ ପ୍ରବେଶ କରିଥିବା ବେଳେ ପାଣ୍ଡବାଶୁଣି ପାହାଡରୁ ଅଜଗର ନଦୀ କୁଲେଇ ପଂଚାୟତର ଗମେଇ ଗ୍ରାମ ଭିତରେ ନଦୀ ଜଳ ପଶିବାର ଦେଖାଯାଇଥିଲା।

ତେବେ ସମସ୍ତ ଅଞ୍ଚଳରେ ଜିରୋ କାଜୁଆଲିଟି ଥିବା ଉଭୟ ବାଣପୁର ଓ ଚିଲିକା ତହସିଲଦାର ସୂଚନା ଦେଇଛନ୍ତି। ବାଣପୁରରେ ଏଯାବତ କୌଣସି ଘର ବର୍ଷାରେ ଭାଂଗିନଥିବାବେଳେ ଚିଲିକା ଅଞ୍ଚଳରେ ଏକାଧିକ ଘର ଭାଙ୍ଗିଥିବାର ସୂଚନା ଦେଇଛନ୍ତି ତହସିଲଦାର। ସେହିପରି ଭାବେ ଚିଲିକା ପ୍ରଶାସନ ଜନସାଧାରଣଙ୍କ ପାଇଁ ବହୁ ବିଦ୍ୟାଳୟରେ ରହିବା ବ୍ୟବସ୍ଥା କରିଥିବାର ସୂଚନା ମିଳିଛି। ତେବେ ପ୍ରଶାସନ ଦିନତମାମ ସଜାଗ ରହିଥିବାର ଉଭୟ ତହସିଲଦାର ସୂଚନା ଦେଇଛନ୍ତି।

ଅନୁରୂପଭାବେ ସମସ୍ତ ପରିସ୍ଥିତି ଉପରେ ପୋଲିସ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ସଜାଗ ରହିଥିବାର କହିଛନ୍ତି ବାଲୁଗାଁ ଏସଡ଼ିପିଓ। ଅଗ୍ନିଶମ ବାହିନୀ ମଧ୍ୟ ସତର୍କ ଥିବାର ଉଭୟ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ତତସହିତ ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର- ଦେଓଗାଁ ମୁଖ୍ୟ ରାସ୍ତା ଛକରେ ଆଜି ଲଗାଣ ବର୍ଷା ଫଳରେ ଏକ ବିରାଟକାୟ ବରଗଛ ଭାଙ୍ଗିପଡ଼ି ମୁଖ୍ୟ ରାସ୍ତା ଅବରୋଧ କରିଥିବାବେଳେ ବାଣପୁର ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ରାସ୍ତା ସଫା କରିଥିବାର ଦେଖାଯାଇଛି।

ଚିଲିକା ନିର୍ବାଚନମଣ୍ଡଳୀ ଲଘୁଚାପଜନିତ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Latest News

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.