Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ଲଗାଣ ବର୍ଷା : ଚାଷ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଲେ ଏସଆରସି
ବିଶେଷ ଖବର

ରାଜ୍ୟରେ ଲଗାଣ ବର୍ଷା : ଚାଷ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଲେ ଏସଆରସି

September 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ଲଗାଣ ବର୍ଷା : ଚାଷ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି। ବିଶେଷ ଭାବେ ଚାଷୀମାନଙ୍କର କ୍ଷତି ଅଧିକ ହୋଇଛି। ତେବେ ଏହି କ୍ଷତିର ପରିମାଣ କେତେ ସେ ନେଇ ରିପୋର୍ଟ ଦେବା ପାଇଁ କୃଷି ବିଭାଗକୁ କୁହାଯାଇଛି। ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ତଥା ଡିସି ପ୍ରଦୀପ ଜେନା। ସେ କହିଛନ୍ତି ଯେ ୨୮ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିବା କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ଅଳ୍ପ କିଛି ଜାଗାରେ ଘର ଭାଙ୍ଗିବା ସହ ଆଜି ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି  ଲଗାଣ ବର୍ଷା ପାଇଁ ଜଳକା ନଦୀ ବିପଦ ସଂକେତ ଉପରେ ରହିଥିବା ବେଳେ ବୈତରଣୀକୁ ଆମେ ଆଲର୍ଟରେ ରଖିଛୁ ଏବଂ ବ୍ରାହ୍ମଣୀ ଉପରେ ବି ଆମେ ନଜର ରଖିଛୁ ବୋଲି ସେ କହିଛନ୍ତି । ଅନେକ ଅଞ୍ଚ‌ଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଜଳସ୍ଥଳ ବଢ଼ିନଥିଲେ ମଧ୍ୟ ଏବେ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ପାଣି ଜମି ରହିଛି।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ୧୦ଟି ଜିଲ୍ଲାରେ ୨୦୦ମିଲି ମିଟର ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱଭାବିକଠୁ ଅଧିକ ବର୍ଷା ହୋଇଛି । ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବୀର ମହାରାଜପୁରରେ ୫୦୦ମିଲି ମିଟର ଉପରେ ବର୍ଷା ହୋଇଛି । ଏହା ସହ  ୬ଟି ବ୍ଲକରେ ୪୦୦ମିଲି ମିଟର ଉପରେ ବର୍ଷା ହେବା ସହ ୫୬ଟି ବ୍ଲକରେ ୨୦୦ରୁ ୩୦୦ମିଲି ମିଟର ବର୍ଷା ହୋଇଛି ।

ସେହିପରି ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା ଥିବାରୁ ହୀରାକୁଦରେ ଜଳସ୍ତର ବଢ଼ିପାରେ। ଏଭଳି ହେଲେ ହୀରାକୁଦର ୬ ରୁ ୭ଟି ଗେଟ ଖୋଲାଯିବ ବୋଲି ସେ କହିଛନ୍ତି। ଏସଆରସିଙ୍କ ଅନୁସାରେ ବର୍ତ୍ତମାନ କଟକ ମୁଣ୍ଡୁଳି ଦେଇ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ ପାଣି ପ୍ରବେଶ କରୁଛି। ଏହା ଦ୍ବାରା ବନ୍ୟା ସ୍ଥିତି ଉପଜିବ ନାହିଁ ବୋଲି ସେ କହିଛନ୍ତି।

ଏସଆରସି କୃଷି ବିଭାଗ ପ୍ରଦୀପ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ

August 23, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026
Latest News

ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ

August 23, 2026

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026

ୟୁପି ନିର୍ବାଚନରେ ​​ଆପ-ସପା ମଧ୍ୟରେ ମେଣ୍ଟ ହେବ କି?: ଅଖିଳେଶ ଯାଦବଙ୍କୁ ଭେଟିଲେ ସଂଜୟ ସିଂହ 

August 23, 2026

ପୁଣି ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କଲେ ପାଡିକ୍କଲ୍: ରଚିଲେ ଇତିହାସ

August 23, 2026

‘ସରକାର ବିଶ୍ୱାସଘାତକ କରୁଛନ୍ତି’: CJP ର ଗମ୍ଭୀର ଅଭିଯୋଗ, ପ୍ରତିବାଦ ପାଇଁ ଦେଲା ଚେତାବନୀ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.