Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିପିଲି ଉପନିର୍ବାଚନ ପାଇଁ ଜାରୀ ହେଲା କୋଭିଡ କଟକଣା , ବୁଥ ସଂଖ୍ୟା ବୃଦ୍ଧି
ବିଶେଷ ଖବର

ପିପିଲି ଉପନିର୍ବାଚନ ପାଇଁ ଜାରୀ ହେଲା କୋଭିଡ କଟକଣା , ବୁଥ ସଂଖ୍ୟା ବୃଦ୍ଧି

September 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ପିପିଲି ଉପନିର୍ବାଚନ ପାଇଁ ଜାରୀ ହେଲା କୋଭିଡ19 ଗାଇଡ ଲାଇନ, ବୁଥ ସଂଖ୍ୟା ବୃଦ୍ଧି

ଭୁବନେଶ୍ବର: ଚଳିତମାସ 30 ତାରିଖରେ ହେବ ପିପିଲି ବିଧାନସଭାର ଉପନିର୍ବାଚନ। ତେବେ କରୋନା କଟକଣା ଭିତରେ ଏହି ଉପନିର୍ବାଚନ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଚେଷ୍ଠା ଜାରୀ ରଖିଛନ୍ତି। ପ୍ରଚାର ଏବଂ ଭୋଗ ଗ୍ରହଣ ବେଳେ ଯେପରି ସଂକ୍ରାମଣ ବୃଦ୍ଧି ନ ପାଏ ସେଥିପାଇଁ ବିଭିନ୍ନ ନିତିନିୟମ ଜାରୀ ହେବାରେ ଲାଗିଛି।

ସେହି ଅନୁସାରେ ଏହି ଉପନିର୍ବାଚନ ପରିଚାଳନାରେ ଭାଗ ନେବାକୁ ଥିବା ଅଧିକାରୀମାନେ ଡବଲ ଡୋଜ ଟିକା ନେବା ବାଧ୍ୟତା ମୂଳକ କରାଯାଇଛି। ଅର୍ଥାତ ଯେଉଁମାନେ ଡବଲ ଡୋଜ ଟିକା ଗ୍ରହଣ କରିଥିବେ ସେମାନଙ୍କୁ ଭୋଟ କାର୍ଯ୍ୟରେ ନିୟୋଜିତ କରାଯିବ। ଏହାକୁ ଜିଲ୍ଲାପାଳ ତଦାରଖ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସେହିପରି ଭୋଗଗ୍ରହଣ ସମୟରେ ବୁଥର ଭିଡ କମାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ ସଂଖ୍ୟାକୁ ୭୫କୁ ବୃଦ୍ଧି କରିଛନ୍ତି। ଫଳରେ ମୋଟ 262ଟି ବୁଥରେ ଏଥର ଭୋଟ ଗ୍ରହଣ ହେବ ବୋଲି ଜଣାପଡିଛି।

ପିପିଲି ଉପନିର୍ବାନ ଦୁଇଥର ସ୍ଥଗିତ ପରେ ବର୍ତ୍ତମାନ ଉପନିର୍ବାଚନ ହେବାକୁ ଯାଉଛି। ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ଘୋଷଣା କରାଯାଇଥିଲା। କରୋନା ସମୟରେ ଏହି ଉପନିର୍ବାଚନ କରିବା ବେଳେ କଂଗ୍ରେସ ପ୍ରାର୍ଥ ଅଜିତ ମହ୍ଗରାଜଙ୍କର ମୃତ୍ୟୁ ହେଲା। ଫଳରେ ଏହାକୁ ସ୍ଥଗିତ କରାଗଲା। କଂଗ୍ରେସ ନୂଆ ପ୍ରାର୍ଥୀ ଦେବା ପରେ ପୁଣି ନୂଆ ତାରିଖ ଘୋଷଣା କରାଗଲା। ହେଲେ ସେତେବେଳେ କରୋନା ସ୍ଥିତି ଭୟଙ୍କର ହେବାରୁ ପୁଣି ଏହି ଉପନିର୍ବାଚନକୁ ସ୍ଥଗିତ କରାଗଲା।

ଦୁଇଥର ସ୍ଥଗିତ ପରେ ବର୍ତ୍ତମାନ ଆସନ୍ତା 30 ତାରିଖରେ ଉପନିର୍ବାଚନ ହେବ ବୋଲି ତାରିଖ ନିର୍ଦ୍ଧାରିତ ହୋଇଛି। ଏଥିରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ଏହି ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି।

ପିପିଲି ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.