Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ନ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ନଦୀ ବନ୍ଧର ସ୍ଥିତି ପରିଖିଲେ ଜଳସଂପଦ ପ୍ରମୁଖ ଶାସନ ସଚିବ
ବିଶେଷ ଖବର

ଆସନ୍ନ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ନଦୀ ବନ୍ଧର ସ୍ଥିତି ପରିଖିଲେ ଜଳସଂପଦ ପ୍ରମୁଖ ଶାସନ ସଚିବ

September 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ନ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ନଦୀ ବନ୍ଧର ସ୍ଥିତି ପରିଖିଲେ ଜଳସଂପଦ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର:  ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳଭଣ୍ଡାର ଓ ପ୍ରବାହିତ ନଦୀଗୁଡିକରେ ଜଳ ପ୍ରବାହ ଓ ଜଳପତ୍ତନ ବୃଦ୍ଧି, ସୃଷ୍ଟି ହୋଇଥିବା ଘାଇ ଏବଂ ବନ୍ୟା ସ୍ଥିତି ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଆଜି ସକାଳେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କଟକ ସ୍ଥିତ ମୁଣ୍ଡୁଳି, ନରାଜ, ମହାନଦୀ ଓ ବିରୂପା ବ୍ୟାରେଜ୍ ସ୍ଥଳ ପରିଦର୍ଶନ କରି ସେଠାରେ ଜଳପ୍ରବାହ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ଧୀରେନ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ ତଥା ମହାନଦୀ-କାଠଯୋଡି ସିଷ୍ଟମର ବେସିନ୍ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ପୂର୍ବରୁ ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳପ୍ରବାହର ସ୍ଥିତି ଓ ଲଗାଣ ବର୍ଷା ଫଳରେ ଜଳ ପତ୍ତନ ବୃଦ୍ଧି ଓ ଏ ଦିଗରେ ଆବଶ୍ୟକ ସତର୍କତା ଓ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ ୪ଦିନ ହେଲା ନିୟମିତ ଭାବେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, ଯନ୍ତ୍ରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଆସୁଛନ୍ତି।

ଲଗାଣ ବର୍ଷା ଫଳରେ ମଧ୍ୟମ ଧରଣର ବନ୍ୟା ସ୍ଥିତିରେ ସ୍ଥିତି ଅନୁଧ୍ୟାନ, ପ୍ରସ୍ତୁତି ଓ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ଜିଲ୍ଲାକୁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ସେହି ଅନୁସାରେ କାର୍ଯ୍ୟ ତଦାରଖ କରାଯାଉଛି।

ବିଭିନ୍ନ ନଦୀ ଅବବାହିକା ଓ ଜଳ ଭଣ୍ଡାରରୁ ବନ୍ୟାଜଳ ଯେପରି କ୍ଷୟକ୍ଷତି ନକରି ସମୟ ଆକଳନ ଅନୁସାରେ ନିରାପଦରେ ନିଷ୍କାସିତ ହୋଇପାରିବ,ସେଥିପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟ ତଦାରଖ କରାଯାଉଛି। ବରିଷ୍ଠ ଅଧିକାରୀମାନେ ସତର୍କ ରହି ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ପରିଚାଳନା କରୁଛନ୍ତି। ବନ୍ୟାଜଳ ପ୍ରବାହିତ ହେବା ସମୟରେ ଯେଉଁସବୁ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା, ନିର୍ଦ୍ଦେଶ ଅନୁସାରେ ସେସବୁକୁ ବାଲିବସ୍ତା ଓ ବଲ୍ଲା ଆଦି ସାହାଯ୍ୟରେ ମରାମତି କରାଯାଉଛି।

ମହାନଦୀ ଉପରମୁଣ୍ଡରେ ଅଧିକ ଜଳ ପ୍ରବେଶ କରୁଥିବାରୁ ଏବଂ ଆଗକୁ ବର୍ଷା ହେବାର ପୂର୍ବାନୁମାନ କରାଯାଉଥିବା ଦୃଷ୍ଟିରୁ ହୀରାକୁଦ ଜଳ ଭଣ୍ଡାରରୁ ଆଜି ସୁଦ୍ଧା୨୮ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଲଗାଣ ବର୍ଷା ଓ ବନ୍ୟାଜଳ ପ୍ରବାହିତ ହେବା ସମୟରେ ଯେଉଁ ସବୁ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ରହୁଛି, ସେ ସବୁକୁ ଯୁଦ୍ଧକାଳୀନ ଭିତ୍ତିରେ ଅବରୋଧ ମୁକ୍ତ କରାଯାଉଛି ।

ଜଗତସିଂହପୁର ଜିଲ୍ଲାର ବସନ୍ତପୁର ଠାରେ ସୃଷ୍ଟି ହୋଇଥିବା ଘଳିଆକୁ ବାଲିବସ୍ତା ଓ ବଲ୍ଲା ଦ୍ୱାରା ବନ୍ଦ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ମଲାଗୁଣୀ ନଦୀର ଦକ୍ଷିଣପାଶ୍ୱର୍ ବନ୍ଧରେ ବ୍ରାହ୍ଣଣୀପାଟଣା ଠାରେ ସୃଷ୍ଟି ହୋଇଥିବା ଘାଇକୁ ମରାମତି କରାଯାଇଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ୍ ଅନ୍ତର୍ଗତ ବନ୍ଧଡିହ ଠାରେ ବ୍ରାହ୍ମଣୀ ଦକ୍ଷିଣପାଶ୍ୱର୍ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ କରାଯାଉଥିବା ବିଭାଗ ତରଫରୁ ଜଣାଯାଇଛି ।

ଶ୍ରୀମତୀ ଅନୁ ଗର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.