Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବ ଓଡିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀଙ୍କ ଗାଥା
ଆଜିର ଖବର

ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବ ଓଡିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀଙ୍କ ଗାଥା

September 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀଙ୍କ ଗାଥା ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବ। ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ମା’ ଙ୍କ ପଟ୍ଟକଥା, ଯାହାକୁ ସାରା ବିଶ୍ୱର କୋଟି କୋଟି ଜନସାଧାରଣ ଦେଖିବେ। ମୁମ୍ବାଇର ‘ଶ୍ରୀ ଶକ୍ତି’ ନାମକ ଓଟିଟି ପ୍ଲାଟଫର୍ମରେ ‘ଭକ୍ତି ସାଧନା’ ନାମକ ଏକ ଆଧ୍ୟାତ୍ମିକ ହିନ୍ଦୀ ଧାରାବାହିକ ଆଗାମୀ ଦଶହରା ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଅଛି।

ଏସ.ଏସ ପିକଚର ବ୍ୟାନରରେ ଉକ୍ତ ଧାରାବାହିକ ନିର୍ମିତ ହେବ। ତେବେ ଉକ୍ତ ଧାରାବାହିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏହା ସାରା ଭାରତବର୍ଷର ବିଭିନ୍ନ ପ୍ରମୁଖ ଦେବାଦେବୀଙ୍କ ପିଠର ଗାଥା ଓ ଇତିହାସ ହିନ୍ଦୀ ଭାଷାରେ ବର୍ଣ୍ଣନା କରିବ।

ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ପ୍ରଡ଼କ୍ସନ ଟିମ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ପିଠ ଏବଂ ଘଣ୍ଟଶିଳା ପର୍ବତକୁ ଆସି ଏକ ଡକ୍ୟୁମେଂଟାରୀ ସୁଟ କରିଛନ୍ତି। ଭାରତୀୟ ମଡେଲ ତଥା ଭାରତୀୟ ଟେଲିଭିଜନର ଜଣାଶୁଣା ନାୟକ କାନନ ମାଲହୋତ୍ରା ଉକ୍ତ ଏପିସୋଡ଼ ର ଉପସ୍ଥାପକ ରହିବେ। କାନନ ଆଜି ମା’ ଭଗବତୀ ପିଠ ଏବଂ ଘଣ୍ଟଶିଳା ପର୍ବତ ଯାଇ ସେଠାକାର ବିଭିନ୍ନ ଅଂଶର ସୁଟିଙ୍ଗ କରିଥିଲେ।

ଉକ୍ତ ଧାରାବାହିକକୁ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ପୁଅ ସୁଭାଶିଷ ତ୍ରିପାଠୀ। ତେବେ ଖୁସିର କଥା ଯେ, ପ୍ରଥମ ଥର ପାଇଁ ମା’ ଭଗବତୀଙ୍କ ଇତିହାସ ଦେଖିବେ ବିଶ୍ୱର କୋଟି କୋଟି ଜନସାଧାରଣ। ନିର୍ଦ୍ଦେଶକ ସୁଭାଶିଷ କୁହନ୍ତି, ଯେହେତୁ ସେ ଜଣେ ଓଡ଼ିଆ ପୁଅ ତେଣୁ ପ୍ରଥମେ ଓଡ଼ିଶାର ବିଭିନ୍ନ ଦେବାଦେବୀଙ୍କ ପରିଚୟ ସମଗ୍ର ବିଶ୍ୱସାମ୍ନାରେ ରଖିବା ତାଙ୍କର ପ୍ରାଥମିକତା ରହିବ।

କେ. ଡ଼ି ଉକ୍ତ ଧାରାବାହିକରେ ମୁଖ୍ୟ ସହଯୋଗୀ ଅଛନ୍ତି। ଅନୁରୂପ ଭାବେ କ୍ୟାମେରା ଚିଫ ସିଜର ଓ ରାଜେଶ ରହିଥିଲେ। କରୋନା କଟକଣା ତଥା ସ୍ଥାନୀୟ ପ୍ରଶାସନର ଆଦେଶକୁ ଅନୁପାଳନ କରି ଏହି ଟିମ ମା’ ଭଗବତୀ ମନ୍ଦିର ବାହାର ଦ୍ୱାରଦେଶରେ ଥାଇ ସମସ୍ତ ସୁଟିଙ୍ଗ ଶେଷ କରିଥିଲେ। ତେବେ କାନନ ଶୁଟିଂ ଶେଷ କରି ସଂଧ୍ୟାରେ ମୁମ୍ବାଇ ଫେରିଯାଇଛନ୍ତି।

ତେବେ ପ୍ରତି ସପ୍ତାହରେ ଉକ୍ତ ଆଧ୍ୟାତ୍ମିକ ଧାରାବାହିକରେ ଦେଶର ପ୍ରମୁଖ ଦେବାଦେବୀଙ୍କ ମନ୍ଦିର ବିଷୟରେ ବର୍ଣ୍ଣନା କରାଯିବାକୁ ଥିବାବେଳେ ମା ‘ ଭଗବତୀ ଏବଂ ଘଣ୍ଟଶିଳା ପର୍ବତ ବିଷୟରେ ମଧ୍ୟ ଏକ ସ୍ୱତନ୍ତ୍ର ଏପିସୋଡ ପ୍ରଦର୍ଶିତ ହେବ। ଏନେଇ ନିର୍ଦ୍ଦେଶକ ସୁଭାଶିଷ ତ୍ରିପାଠୀ ସୂଚନା ଦେଇଛନ୍ତି।

ମୁକ୍ତିଲାଭ କରିବ ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

March 23, 2026

ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 23, 2026

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026
Latest News

ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

March 23, 2026

ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 23, 2026

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.