ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

Published: Sep 27, 2021, 6:13 pm IST

ଭୁବନେଶ୍ବର: ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ଏହି ନିର୍ବାଚନରେ ପ୍ରାର୍ଥୀ ଭାବେ ଲଢୁଥିଲେ। ହେଲେ ଏଥିରେ ଅସିତ ତ୍ରିପାଠୀ ବିଜୟ ହାସଲ କରିଛନ୍ତି। ସେ ବିଜୟଙ୍କୁ  ୨୭୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ତେବେ ଅସିତଙ୍କୁ ମୋଟ ୭୭୬ ଖଣ୍ଡ ମିଳିଥିବାବେଳେ ବିଜୟଙ୍କୁ ୪୯୮ଖଣ୍ଡ ଭୋଟ ମିଳିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବତନ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ପରେ କ୍ଲବର ସଭାପତି ପଦ ଖାଲି ରହିଥିଲା। ଆଜି ଫଳାଫଳ ପ୍ରକାଶ ହେବା ପରେ ଅସିତ ତ୍ରିପାଠୀଙ୍କୁ ଏହି ମର୍ଯ୍ୟଦାଜନକ କ୍ଲବର ସଭାପତି ଭାବେ ନିର୍ବାଚିତ କରାଯାଇଛି।

Related posts