Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରୟାଗରାଜରୁ ରାଷ୍ଟ୍ରବ୍ୟାପୀ ମାସିକିଆ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିବେ ମନ୍ତ୍ରୀ ଅନୁରାଗ ଠାକୁର
ଆଜିର ଖବର

ପ୍ରୟାଗରାଜରୁ ରାଷ୍ଟ୍ରବ୍ୟାପୀ ମାସିକିଆ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିବେ ମନ୍ତ୍ରୀ ଅନୁରାଗ ଠାକୁର

September 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରୟାଗରାଜରୁ ରାଷ୍ଟ୍ରବ୍ୟାପୀ ମାସିକିଆ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିବେ ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଏକ ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ଅକ୍ଟୋବର ପହିଲା ୨୦୨୧ ଠାରୁ ଆରମ୍ଭ ହୋଇ ୩୧ ଅକ୍ଟୋବର ୨୦୨୧ ପର‌୍ୟ୍ୟନ୍ତ ଚାଲିବ।

ଏହି କାର୍ଯ୍ୟକ୍ରମ ଦେଶର ୭୪୪ ଟି ଜିଲ୍ଲାର ୬ ଲକ୍ଷ ଗ୍ରାମରେ ଆୟୋଜନ କରାଯିବ। ନେହରୁ ଯୁବା କେନ୍ଦ୍ର ସଂଗଠନ (ଏନୱାଇକେଏସ) ଅନୁମୋଦିତ ଯୁବ କ୍ଲବ ଏବଂ ଜାତୀୟ ସେବା ଯୋଜନା ଅନୁମୋଦନ ପ୍ରାପ୍ତ ସଂସ୍ଥାନ ଗୁଡ଼ିକ ମାଧ୍ୟମରେ ଏହାକୁ କାର‌୍ୟ୍ୟକାରୀ କରାଯିବ।

ଆଜି ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଯୁବ ବ୍ୟାପାର ବିଭାଗ ସଚିବ ଶ୍ରୀମତୀ ଉଷା ଶର୍ମା କହିଛନ୍ତି ଯେ, ଏହି ସ୍ୱଚ୍ଛତା ଅଭିଯାନ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଆରମ୍ଭ ହେବ। କେନ୍ଦ୍ର ଯୁବବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଏହାକୁ ଶୁଭାରମ୍ଭ କରିବେ। ବର୍ଜ୍ୟ ସଫା କରିବା, ବିଶେଷ କରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଆବର୍ଜନା ସଫା କରିବା ସମ୍ପର୍କରେ ଦେଶବ୍ୟାପୀ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସେମାନଙ୍କୁ ଏକତ୍ରିତ ଏବଂ ସହଭାଗୀ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ସେ ଆହୁରି କହିଥିଲେ ଯେ ଏହି ବିଶାଳ ଅଭିଯାନରେ ଜନସାଧାରଣଙ୍କ ସ୍ୱେଚ୍ଛାକୃତ ଅଂଶଗ୍ରହଣ ମାଧ୍ୟମରେ ୭୫ ଲକ୍ଷ କିଗ୍ରା ବର୍ଜ୍ୟ, ମୁଖ୍ୟତଃ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି।

ପୂର୍ବରୁ ଶ୍ରୀ ଅନୁରାଗ ଠାକୁର ଏକ ଘୋଷଣା କରିଥିଲେ ଯେ, ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ପାଳନ କରୁଥିବାରୁ ଆମେ ଦେଶକୁ ପ୍ଲାଷ୍ଟିକ ବର୍ଜ୍ୟରୁ ମୁକ୍ତ କରିବା ଲାଗି ସଂକଳ୍ପ ନେବାର ଆବଶ୍ୟକତା ରହିଛି। ଏହି କାର‌୍ୟ୍ୟକ୍ରମ ବ୍ୟାପକତା ଏବଂ ପ୍ରସାର ଦୃଷ୍ଟିରୁ ସ୍ୱତନ୍ତ୍ର। ଏହାକୁ ଜନ ଭାଗିଦାରୀରୁ ଜନ ଆନ୍ଦୋଳନ ମଡେଲ ଭାବେ ଗ୍ରହଣ କରାଯାଇଛି। କାର‌୍ୟ୍ୟକ୍ରମର ସଫଳତା ପାଇଁ ପ୍ରତ୍ୟେକ ନାଗରିକମାନଙ୍କର ଭୂମିକା ଏବଂ ଯୋଗଦାନକୁ ଗ୍ରହଣ କରାଯିବ। ଏହି ସ୍ୱଚ୍ଛ ଭାରତ କାର‌୍ୟ୍ୟକ୍ରମରେ ଧାର୍ମିକ ସଂଗଠନ, ଶିକ୍ଷକସମାଜ, କର୍ପୋରେଟ ସଂସ୍ଥା, ଟିଭି ଓ ଚଳଚ୍ଚିତ୍ର ଅଭିନେତା, ମହିଳା ଗୋଷ୍ଠୀ ଏବଂ ଅନ୍ୟମାନଙ୍କୁ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଐତିହାସିକ/ପ୍ରସିଦ୍ଧ ସ୍ଥାନ, ପର‌୍ୟ୍ୟଟନ ସ୍ଥଳୀ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ଜାତୀୟ ରାଜପଥ, ଶିକ୍ଷାନୁଷ୍ଠାନ ଭଳି ଭିଡ଼ ଅଞ୍ଚଳରେ ଏହି ଅଭିଯାନ କାର‌୍ୟ୍ୟକାରୀ କରାଯିବ।

ଅନୁରାଗ ଠାକୁର ସ୍ୱଚ୍ଛ ଭାରତ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026

ଭୁବନେଶ୍ବର ଲ୍ୟାଣ୍ଡମାର୍କ ଫେଜ୍-୨ର ବିଶେଷ କାର୍ଯ୍ୟକ୍ରମ ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର

February 4, 2026
Latest News

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026

ଭୁବନେଶ୍ବର ଲ୍ୟାଣ୍ଡମାର୍କ ଫେଜ୍-୨ର ବିଶେଷ କାର୍ଯ୍ୟକ୍ରମ ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.