![](https://thesamikhsya.com/odia/wp-content/uploads/2021/10/delet-157-34-163-65-55-21.jpg)
ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁରରେ ବନ୍ଦୀ ହେବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ଗୋଟିଏ ଘର ସଫା କରୁଥିବା ଏକ ଚିତ୍ର ସାମ୍ନାକୁ ଆସିଛି। ଏହି କୋଠରୀରେ ହିଁ ପ୍ରିୟଙ୍କାଙ୍କୁ ଅଟକ ରଖାଯାଇଛି। ସୀତାପୁରରେ ବନ୍ଦୀ ହେବା ପରେ ପ୍ରିୟଙ୍କା ଆମରଣ ଅନଶନ ଆରମ୍ଭ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ମୁଁ ଲଖୀମପୁର ଖେରୀ ହିଂସାରେ ନିହତ କୃଷକଙ୍କ ପରିବାରକୁ ଭେଟିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ ମୁଁ ଖାଦ୍ୟ ଗ୍ରହଣ କରିବି ନାହିଁ।
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ନେଇ ରବିବାର ଦିନ ଲଖୀମପୁର ଖେରୀ ଜିଲ୍ଲାର ତିକୋନିୟା ଅଞ୍ଚଳରେ ଘଟିଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। କୃଷକମାନେ ଅଭିଯୋଗ କରିଛନ୍ତି ଯେ, କୃଷି ଆଇନ ବିରୋଧରେ ବିରୋଧ କରୁଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ କାର ଚଳାଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ପୁଅ ଆଶିଷ କହିଛନ୍ତି ଯେ, ସେ କାରରେ ନଥିଲେ।
ଏହି ଘଟଣା ପରେ ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଲଖିମପୁର ଆଡକୁ ମୁହାଁଇଛନ୍ତି। ବିଳମ୍ବିତ ରାତିରୁ ନେତାମାନେ ଲଖିମପୁର ଯିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ତେବେ କୌଣସି ଦଳର ନେତାଙ୍କୁ ଲଖିମପୁର ଯିବାକୁ ଅନୁମତି ଦିଆଯାଉ ନାହିଁ। କେତେକଙ୍କୁ ଗୃହରେ ବନ୍ଦୀ ରଖାଯାଇଥିବା ବେଳେ କେତେକଙ୍କୁ ରାସ୍ତାରେ ଅଟକ ରଖାଯାଇଛି।