Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ଏକ ବିସ୍ପୋରକ କଥା କହିଲେ ବିଧାୟକ ସୁର ରାଉତରାୟ
ବିଶେଷ ଖବର

ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ଏକ ବିସ୍ପୋରକ କଥା କହିଲେ ବିଧାୟକ ସୁର ରାଉତରାୟ

October 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ଏକ ବିସ୍ପୋରକ କଥା କହିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜର ପ୍ରତିକ୍ରୀୟା ରଖିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ଯେଉଁ କଥା କହିଛନ୍ତି ତାହା ରାଜ୍ୟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ତାଙ୍କୁ ଯେତେବେଳେ ପଚରାଗଲା ଯେ, ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିବେ। ତାହାର ଉତ୍ତରରେ ସେ ଏକ ବିସ୍ପୋରକ ତଥ୍ୟ କହିଛନ୍ତି।

ସେ କହିଛନ୍ତି ଯେ ନବୀନବାବୁ ମୋତେ ମଧ୍ୟ ବିଜେଡିରେ ମିଶିବା ପାଇଁ ଅଫର ଦେଇଥିଲେ। ସେ ନବୀନ ନିବାସକୁ ଡାକି ବିଜେଡିରେ ମିଶିବା ପାଇଁ କହିଥିଲେ। ଏଥିରେ ତାଙ୍କୁ ଭୁବନେଶ୍ବର କିମ୍ବା ଜଟଣୀ, ଯେଉଁଠାରୁ ଚାହିଁବେ ଛିଡା ହୋଇପାରିବେ ବୋଲି ଅଫର ଦେଇଥିଲେ। ହେଲେ ସେତେବେଳେ ମୁଁ ନବୀନବାବୁଙ୍କୁ ମନା କରିଥିଲି। ତାଙ୍କୁ କହିଥିଲି ମୁଁ ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ଏହାପରେ ନବୀନବାବୁ ମୋତେ ଥ୍ୟାଙ୍କ୍ ୟୁ କହିଥିଲେ।

ସୁର ରାଉତରାୟଙ୍କର ଏପରି ବୟାନରେ କେତେ ସତ କେତେ ମିଛ ଅଛି ତାହା ଜଣାପଡି ନାହିଁ। ହେଲେ ଏପରି ବୟାନକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ବିଶେଷ କରି ଜଟଣୀ ଓ ଖୋର୍ଦ୍ଧା ବିଜେଡିରେ ଏହାକୁ ନେଇ ବେଶ ଆଲୋଚନା ଚାଲିଛି। କାରଣ ରାଜ୍ୟର ବିଭିନ୍ନ ଦଳର ନେତାମାନେ ବର୍ତ୍ତମାନ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ କାଳେ ସୁର ରାଉତରାୟ ବିଜେଡି ଆସିଯିବେ ସେ ନେଇ ସନ୍ଦେହ ସୃଷ୍ଟି କରିଛନ୍ତି ସ୍ଥାନୀୟ ନେତା।

ତେବେ ପ୍ରଦୀପ ମାଝୀଙ୍କ ଇସ୍ତଫା ନେଇ ତୀବ୍ର ବିରୋଧ କରିଛନ୍ତି ସୁର ରାଉତରାୟ। ସେ କହିଛନ୍ତି ଯେ ପ୍ରଦୀପ କଂଗ୍ରେସ ଦଳକୁ ଧୋକା ଦେଇଛନ୍ତି। କାରଣ କଂଗ୍ରେସ ତାଙ୍କୁ ରାଜ୍ୟରେ ପରିଚିତ କରାଇଥିଲା। ସେ ଏମପି ହୋଇଥିଲେ, ସେ ଦଳର ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିଲେ। ଦଳ ଏପରି ଦାନ କରିବା ସତ୍ବେ ସେ ଦଳ ଛାଡିବା ଧୋକାବାଜ ବୋଲି ସୁର ରାଉତରାୟ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ପ୍ରଦୀପଙ୍କର ପାୱାର ଏବଂ ପଇସା ଦରକାର। ସେଥିପାଇଁ ସେ ଦଳ ଛାଡିଛନ୍ତି। ସେ ଦଳ ଛାଡିବେ ବୋଲି ମୁଁ ଆଠମାସ ଆଗରୁ ଜାଣିଥିଲି। ସେଥିପାଇଁ ସେତେବେଳେ ତାଙ୍କୁ କହିଥିଲି ଯଦି ଯିବା କଥା ଯାଅ। ସେଥିରେ କିଛି ଫରକ ପଡିବ ନାହିଁ। ବର୍ତ୍ତମାନ ତାଙ୍କର ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି।

କଂଗ୍ରେସରୁ ଇସ୍ତଫା ଜଟଣୀ ବିଧାୟକ ପ୍ରଦୀପ ମାଝୀ ବିଧାୟକ ସୁର ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026
Latest News

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.