ପ୍ରମୋଦ ଭଗତଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର, ୧୨ ଜଣ କ୍ରୀଡାବିତଙ୍କ ନାମ ଘୋଷଣା

Published: Nov 2, 2021, 10:35 pm IST

ଭୁବନେଶ୍ବର: ଓଡିଶା କ୍ରୀଡା ଜଗତ ପାଇଁ ଏକ ଖୁସି ଖବର। ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ନିକଟରେ ପ୍ରମୋଦ ପାରାଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ପ୍ରମୋଦଙ୍କ ସହ ମୋଟ ୧୨ ଜଣ କ୍ରୀଡାବିତଙ୍କୁ ଚଳିତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖେଳରତ୍ନ ପାଇବାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡ଼ିଆ ।

ଖେଳରତ୍ନ ପାଉଥିବା ଅନ୍ୟ କ୍ରୀଡାବିତମାନେ ହେଲେ ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚେପ୍ରା, ରେସଲର୍ ରବି ଦାହିୟା, ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍।

ସେହିପରି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ଖେଳାଳି କ୍ରିଷ୍ଣା ନାଗର ଓ ପାରା ଶୁଟର୍ ମନୀଷ ନରଓ୍ବାଲ ଅଛନ୍ତି।

Related posts