Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାତୃଜ୍ୟୋତି: ଗର୍ଭବତୀ ମା’ଙ୍କ ସୁବିଧା ପାଇଁ ଘରୋଇ କ୍ଲିନିକ୍ ସହ ବୁଝାମଣା ସ୍ୱାକ୍ଷରିତ
ଆଜିର ଖବର

ମାତୃଜ୍ୟୋତି: ଗର୍ଭବତୀ ମା’ଙ୍କ ସୁବିଧା ପାଇଁ ଘରୋଇ କ୍ଲିନିକ୍ ସହ ବୁଝାମଣା ସ୍ୱାକ୍ଷରିତ

November 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାର ସୀମାନ୍ତବର୍ତ୍ତି କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର ଗର୍ଭବତୀ ମା’ମାନଙ୍କ ପାଖରେ ସୁବିଧାରେ ଏହି ସେବା ପହଞ୍ଚାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କେନ୍ଦୁଝର ଏବଂ ଝାରସୁଗୁଡ଼ାର ୩ଟି ଘରୋଇ ହସ୍ପିଟାଲ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି।

‘ମାତୃଜ୍ୟୋତି ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ ଜିଲ୍ଲାର ୮ଟି ସରକାରୀ ଡାକ୍ତରଖାନା ଏବଂ ୪୫ଟି ଘରୋଇ କ୍ଲିନିକକୁ ପ୍ରଶାସନ ପକ୍ଷରୁ ଅନୁବନ୍ଧିତ କରାଯାଇଛି। ଗାଁ ଗହଳରୁ ଗର୍ଭବତୀ ମା’ମାନଙ୍କୁ ନିଆଯାଇ ନିର୍ଦ୍ଧାରିତ କ୍ଲିନିକରେ ଏହି ପରୀକ୍ଷା ସେବା ଯୋଗାଇ ଦେବା ସହ ଡାକ୍ତରଙ୍କ ପରାମର୍ଶ ସୁନିଶ୍ଚିତ କରାଯାଉଛି।

ତେବେ ଖଣି ପ୍ରଭାବିତ ତଥା ବଣପାହାଡ଼ ଘେରା କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର କେତେକ ଅଞ୍ଚଳରେ ଗର୍ଭବତୀ ମା’ମାନେ ଏହି ସେବା ପାଇବାରେ କିଛିଟା ଅସୁବିଧା ହେଉଥିଲା। ‘ମାତୃଜ୍ୟୋତି’ ସେବା ପାଇଁ ଅନୁବନ୍ଧିତ ଡାକ୍ତରଖାନା ବା କ୍ଲିନିକ୍ ହିତାଧିକାରୀଙ୍କ ଘରଠାରୁ ଅପେକ୍ଷାକୃତ ଦୂରରେ ରହିଥିବାରୁ ତଥା ଭୌଗୋଳିକ ଦୃଷ୍ଟିରୁ ଯିବା ଆସିବା କରିବାରେ କିଛିଟା ସମସ୍ୟା ଥିବାରୁ ଏହି କଥା ଉଠୁଥିଲା।

ଏହି ସମସ୍ୟାର ସମାଧାନ ପାଇଁ କେନ୍ଦୁଝର ଜିଲ୍ଲାର ଯୋଡ଼ାଠାରେ ଥିବା ଟାଟା ଷ୍ଟିଲ ହସ୍ପିଟାଲ ଓ ମୋହତା ହସ୍ପିଟାଲ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଫଳରେ କୋଇଡ଼ା ଓ ଲହୁଣୀପଡ଼ା ଅଞ୍ଚଳର ମା’ମାନଙ୍କ ପାଇଁ ଏହା ସୁବିଧାଜନକ ହେବ।

ସେହିପରି ହେମଗିରି ବ୍ଲକର ଗର୍ଭବତୀ ମହିଳାମାନଙ୍କୁ ‘ମାତୃଜ୍ୟୋତି’ ଅଧୀନରେ ଅଲଟ୍ରାସାଉଣ୍ଡ ଓ ଆନୁଷଙ୍ଗିକ ପରୀକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ସହିତ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡଠାରେ ଥିବା ଆଶୀର୍ବାଦ ହସ୍ପିଟାଲ ସହ  ଚୁକ୍ତିନାମା ସ୍ୱାକ୍ଷର କରିଛି।

‘ମାତୃଜ୍ୟୋତି’ ଅଧୀନରେ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗର୍ଭବତୀ ମା’ମାନଙ୍କୁ ସେମାନଙ୍କ ଘରୁ ଆଣି ନିକଟସ୍ଥ ଅନୁବନ୍ଧିତ କେନ୍ଦ୍ରରେ ପରୀକ୍ଷା କରାଇଥାନ୍ତି। ଏହି ସେବା ହିତାଧିକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅନୁବନ୍ଧିତ ଘରୋଇ କ୍ଲିନିକଗୁଡ଼ିକୁ ଏକ ପୂର୍ବ ନିର୍ଦ୍ଧାରିତ ଦରରେ ଦେୟ ପୈଠ କରିଥାଏ। ତେବେ କେନ୍ଦୁଝର ଯୋଡ଼ାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲ ଏହି ସେବାକୁ ମାଗଣାରେ ପ୍ରଦାନ କରିବ। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟାଟା ଷ୍ଟିଲ ଏହାକୁ କମ୍ପାନିର ସିଏସଆର କାର୍ଯ୍ୟକ୍ରମ ଭିତରେ ସାମିଲ କରିଛି।

ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ପଡ଼ୋଶୀ ଜିଲ୍ଲାରେ ଅବସ୍ଥିତ ଏହି ୩ଟି ଘରୋଇ ହସ୍ପିଟାଲ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ରଙ୍କ ସହିତ ଯୋଡ଼ାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୂଚୀସ୍ମିତା ଦାସ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ପରାମର୍ଶଦାତା ଡାକ୍ତର ଜୟସିଂହ ମାଝି, ମୋହତା ହସ୍ପିଟାଲର ଡାକ୍ତର ଅନମୋଲ ମୋହତା, ଝାରସୁଗୁଡ଼ା ଆଶୀର୍ବାଦ ହସ୍ପିଟାଲର ଡାକ୍ତର ମିହିର ରଞ୍ଜନ ଦାଶ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ନିୟନ୍ତ୍ରଣ ପାଇଁ ୨୦୨୦ ନଭେମ୍ବର ୯ ତାରିଖରୁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ୨୦୨୧ ନଭେମ୍ବର ୧୨ ତାରିଖ ସୁଦ୍ଧା ୩୦ ହଜାରରୁ ଅଧିକ ସଂଖ୍ୟକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି।

ବୁଝାମଣା ସ୍ୱାକ୍ଷରିତ ସୁନ୍ଦରଗଡ଼ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ଵିତୀୟ ଶୈଳେଶ୍ୱର ନାଟ୍ୟ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନାରାୟଣ ସାହୁ

December 27, 2025

ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନ ପୁନଃବିକାଶ ପ୍ରଗତିର ସମୀକ୍ଷା

December 27, 2025

ଜମ୍ମୁ କାଶ୍ମୀରର ବରଫାବୃତ ଅଞ୍ଚଳରେ ୩୦ ରୁ ୩୫ ଆତଙ୍କବାଦୀ ସକ୍ରିୟ, ସେନାର ଅପରେସନ୍ ଆରମ୍ଭ

December 27, 2025

ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 27, 2025
Latest News

ଦ୍ଵିତୀୟ ଶୈଳେଶ୍ୱର ନାଟ୍ୟ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନାରାୟଣ ସାହୁ

December 27, 2025

ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନ ପୁନଃବିକାଶ ପ୍ରଗତିର ସମୀକ୍ଷା

December 27, 2025

ଜମ୍ମୁ କାଶ୍ମୀରର ବରଫାବୃତ ଅଞ୍ଚଳରେ ୩୦ ରୁ ୩୫ ଆତଙ୍କବାଦୀ ସକ୍ରିୟ, ସେନାର ଅପରେସନ୍ ଆରମ୍ଭ

December 27, 2025

ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 27, 2025

କେନ୍ଦୁଝର ମଇଦାନକେଲ ପ୍ରଗତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

December 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.