Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ରାଜନୀତିରେ ବଢିବାରେ ଲାଗିଛି ପ୍ରତିବାଦର ଭିନ୍ନ ଫଣ୍ଡା- ଅଣ୍ଡାଗିରି; ଲାଭ ହେଉଛି ନା କ୍ଷତି !
ବିଶେଷ ଖବର

ଓଡିଶା ରାଜନୀତିରେ ବଢିବାରେ ଲାଗିଛି ପ୍ରତିବାଦର ଭିନ୍ନ ଫଣ୍ଡା- ଅଣ୍ଡାଗିରି; ଲାଭ ହେଉଛି ନା କ୍ଷତି !

November 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ରାଜନୀତିରେ ବଢିବାରେ ଲାଗିଛି ପ୍ରତିବାଦର ଭିନ୍ନ ଫଣ୍ଡା, ‘ଅଣ୍ଡାଗିରି’, ଲାଭ ହେଉଛି ନା କ୍ଷତି !

ଭୁବନେଶ୍ବର: ଓଡିଶା ରାଜନୀତିରେ ଏବେ ଏକ ନୂଆ ପ୍ରକାରର ନିତି ଦେଖିବାକୁ ମିଳିଛି, ତାହା ହେଲା ଅଣ୍ଡାଗିରି। ଏଥିପାଇଁ ଏହାକୁ ଅଣ୍ଡାଗିରି ବୋଲି କୁହାଯିବ କାରଣ କୌଣସି ଉନ୍ନୟନ କାର୍ଯ୍ୟରେ ରାଜ୍ୟ ମନ୍ତ୍ରୀ ହୁଅନ୍ତୁ କିମ୍ବା କେନ୍ଦ୍ର ମନ୍ତ୍ରୀ, ତାଙ୍କୁ ଓଡିଶାର ଅଣ୍ଡାମାଡର ସମ୍ମୁଖୀନ ହେବାକୁ ପଡିବ। ଯେଉଁମାନେ ଅଣ୍ଡା ଫିଙ୍ଗୁଛନ୍ତି ସେମାନଙ୍କ ପାଇଁ ବିକାଶ ନୁହେଁ ବଂର ତାଙ୍କର ଦାବୀ ପ୍ରମୁଖ। ସେଥିପାଇଁ ଏହାକୁ ଦାଦାଗିରି ପରି ଅଣ୍ଡାଗିରି ବୋଲି କୁହାଯିବ।

ଗତ କିଛିଦିନ ଧରି ଓଡିଶାରେ ଏହି ଅଣ୍ଡାଗିରିର ପ୍ରାର୍ଦୁଭାବ ବଢିବାରେ ଲାଗିଛି। ବିଶେଷ କରି ବିଜେପି କର୍ମିମାନେ ଏହି ଅଣ୍ଡାଗିରିକୁ ବେଶୀ ପରିମାଣରେ ପ୍ରଦର୍ଶିତ କରୁଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏଥିରେ ସେହି ଅଣ୍ଡା ଫିଙ୍ଗାଳି ଏବଂ ତାଙ୍କର ନେତାମାନେ ମଧ୍ୟ ବେଶ ଖୁସି ପ୍ରକଟ କରୁଛନ୍ତି। କାରଣ ସେମାନେ ବିଭିନ୍ନ ଆନ୍ଦୋଳନ କରିବା ପରେ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେଲେ ନାହିଁ। ସେଥିପାଇଁ ସେମାନେ ମନେମନେ ଭାବିଛନ୍ତି ଯେ, ଏପରି ଅଣ୍ଡା ଫିଙ୍ଗିଲେ ମନ୍ତ୍ରୀମାନେ ଆଉ ଘରୁ ବାହାରି ପାରିବେ ନାହିଁ। ଶାସନକଳ ଅଚଳ ହୋଇପଡିବ।

ଅନ୍ୟପକ୍ଷରେ ବିଜେପିର ଏପରି ଦୃଢ ପ୍ରତିବାଦରେ ବିଜେଡି ମଧ୍ୟ ଛାଡିବାର ନାହିଁ। ଯାହାକୁ ନେଇ ବିଜେପି ବିରୋଧ କରୁଛି ବିଜେଡି ଜାଣିଶୁଣି ସେଇଆ ହିଁ କରୁଛି। ଉଦାହରଣ ସ୍ବରୂପ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଜ ସଭାରେ ବସାଇବା ଘଟଣା। ମୟୁରଭଂଜର ସ୍ମାର୍ଟ କାର୍ଡ ବଣ୍ଟନ ଉତ୍ସବରେ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ବାରଣ କରାଗଲା। ଏହାକୁ ନେଇ ବିଜେପି ବେଶ୍ ତୁମ୍ବିତୋଫାନ କଲା। ମୁଖ୍ୟମନ୍ତ୍ରୀ ଯଦି ତାଙ୍କ ସଭାକୁ ବାରଣ କଲେ ତେବେ ତାଙ୍କୁ ମନ୍ତ୍ରୀ ପଦରେ କାହିଁକି ରଖିଛନ୍ତି। ଏହାର ଜବାବରେ ସେହି ସ୍ମାର୍ଟ କାର୍ଡ ବଣ୍ଟନ କଳାହାଣ୍ଡିରେ କରାଗଲା ଆଉ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଲେ।

ମମିତା ମେହେର ଘଟଣାରେ ବିଜେପି ଯେତେ ପ୍ରକାରର ଆନ୍ଦୋଳନ ପ୍ରତିବାଦ କରିବା ସତ୍ବେ ମଧ୍ୟ ଦିବ୍ୟଶଙ୍କର ଇସ୍ତଫା ଦେଉ ନାହାଁନ୍ତି। ଫଳରେ ବିଜେପି ରାଗ ତମତମରେ ବର୍ତ୍ତମାନ ମନ୍ତ୍ରୀଙ୍କ ଗସ୍ତ ବେଳେ ଏହି ଅଣ୍ଡାମାଡ କାର୍ଯ୍ୟ ଆପଣେଇ ନେଇଛି। ଏହାର ଜବାବ ମଧ୍ୟ ବିଜେଡି ମଙ୍ଗୁଆଳମାନେ ଦେବାରେ ଲାଗିଛନ୍ତି।

ବିଜେପି କର୍ମିମାନେ ଯେତେ ଯେତେ ଅଣ୍ଡାମାଡ କରୁଛନ୍ତି, ବିଜେଡି ସେତିକି ସେତିକି କାର୍ଯ୍ୟକ୍ରମ କରିବାରେ ଲାଗିଛି। ଏହା ବିଜେଡି ଦଳର ଲୋକପ୍ରିୟତା ପାଇଁ ବିଜେପି ବେଶ ସାହାଯ୍ୟ କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।  ରାସ୍ତାଉପରେ ଆନ୍ଦୋଳନ କରିବାକୁ ହୁଏତ ଲୋକେ ଗ୍ରହଣ କରିବେ, ହେଲେ ଉନ୍ନୟନ କାର୍ଯ୍ୟରେ ବାଧା ଦେବାକୁ କେହି ଗ୍ରହଣ କରିବେ ନାହିଁ। ଏ କଥା ବୋଧହୁଏ ବିଜେପି ମଙ୍ଗୁଆଳମାନେ ଜାଣିପାରୁ ନାହାଁନ୍ତି।

ପ୍ରକୃତ ପକ୍ଷେ ଯେ କୌଣସି ଦଳ ନିଜର ପ୍ରଚାର କରିବାର ହକ ରହିଛି। ହେଲେ ତାହାର ତରିକା ଭିନ୍ନ ଭିନ୍ନ ରହିଛି। କିନ୍ତୁ ଓଡିଶାରେ ବିଜେପିର ତରିକା ହେଲା କେବଳ ଛିନଛତ୍ର କରିବା। ସେମାନେ କେବେ ବି କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବାର ନଜରି ନାହିଁ। ସେମାନେ ଭାବନ୍ତି କେବଳ ନବୀନ ପଟ୍ଟନାୟକ ଏବଂ ବିଜେଡିକୁ ବିରୋଧ କରି ବଦନାମ କଲେ ତାଙ୍କର ଲୋକପ୍ରିୟତା ବଢିବ।

ଏହି ତରିକା ବିଜେପି 2014 ନିର୍ବାଚନରେ ଏବଂ ଗତ 2019 ନିର୍ଚାଚନ ପ୍ରୟୋଗ କରି ମଧ୍ୟ ସଫଳତା ହାସଲ କରିପାରିଲା ନାହିଁ। ଏବେ ଓଡିଶାରେ ବିଜେପିର ଏହି ଅଣ୍ଡାଗିରି ପରି ମାଧ୍ୟମ ଆଗାମୀ ପଞ୍ଚାୟତ ନିର୍ବାଚନରେ କଣ ପ୍ରଭାବ ପକାଇବ ତାହା ଲୋକେ ଜାଣି ସାରିଲେଣି।

ଓଡିଶା ରାଜନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.