Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ
ଆଜିର ଖବର

‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

November 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୫-‘ଟି’ ଉପକ୍ରମରେ ‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରିତା ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ‘ପ୍ରୟାସ’ ଯୋଜନା ଅଧୀନରେ ଏସ୍‌ଟି, ଏସ୍‌ସି, ଓବିସି ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଯୁବବର୍ଗଙ୍କୁ ନିଯୁକ୍ତିଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ୩୨ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହିତ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ଟି) ଓ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ସି) ବିଭାଗ ପକ୍ଷରୁ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମସିହା ମାର୍ଚ୍ଚ ୨ ତାରିଖରେ ‘ପ୍ରୟାସ’ ଯୋଜନାର ଶୁଭାରମ୍ଭ କରିଥିଲେ। ସେହିଦିନଠାରୁ ୧୦୫ଟି ବ୍ୟାଚ୍‌ରେ ୩୧୫୦ ଜଣ ଏସ୍‌ସି, ଏସ୍‌ଟି ଯୁବବର୍ଗଙ୍କୁ ସଫଳତାର ସହ ତାଲିମ ସହିତ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପ୍ରଦାନ କରାଯାଇଛି।

ଏହି ଉତ୍ସବରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସଭାପତିତ୍ୱ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଭାଗୀୟ ନିର୍ଦ୍ଦେଶକ(ଏସ୍‌ଟି) ତଥା ସିଇଓ, ଓଟିିଡିଏସ୍‌ ଗୁହା ପୁନମ୍‌ ତାପସ କୁମାର, ନିୟୋଜନ ନିର୍ଦ୍ଦେଶାଳୟ ତଥା ସିଇଓ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ରେଘୁ ଜି., ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ସି) ଲକ୍ଷ୍ମଣ କୁମାର ମଲ୍ଲିକ ଏବଂ ଓଏଫ୍‌ଏସ୍‌ଡିସିର ଜେନେରାଲ ମ୍ୟାନେଜର ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ଯୁଗ୍ମସଚିବ ନଭଲ୍‌ଜିତ୍‌ କପୁର, ପିଏ, ଆଇଟିଡିଏ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀମାନେ ଯୋଗଦେଇଥିଲେ।

ସଂପ୍ରତି ଓଡ଼ିଶା ଜନଜାତି ବିକାଶ ସମିତି (ଓଟିଡିଏସ୍‌)ଏବଂ ଓଡ଼ିଶା ଜାତି ଓ ଜନଜାତି ଆର୍ଥିକ ବିକାଶ ସମବାୟ ସଂସ୍ଥା (ଓଏସ୍‌ଏଫ୍‌ଡିସି) ପକ୍ଷରୁ ମିଶନ ମୋଡ୍‌ରେ ମିଳିତ ଭାବେ ‘ପ୍ରୟାସ’ ଯୋଜନାରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ବିଭାଗ ପକ୍ଷରୁ ଜୁନ୍‌, ୨୦୨୨ ସୁଦ୍ଧା ୧୩,୦୨୦ ଜଣ ଏସ୍‌ସି, ଏସ୍‌ଟି ଏବଂ ଓବିସି ଯୁବବର୍ଗଙ୍କୁ ଦକ୍ଷତା ତାଲିମ ଓ ନିଯୁକ୍ତି ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ପ୍ଲେସ୍‌ମେଣ୍ଟ ଲିଙ୍କଡ୍‌ ଏମ୍ପ୍ଲୟବିଲିଟି ଟ୍ରେନିଂ ଯୋଜନା ଅଧୀନରେ ଏନ୍‌ଏସ୍‌ଡିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ପାଠ୍ୟକ୍ରମ ସହିତ ସଫଫ ସ୍କିଲ୍‌ ଟ୍ରେନିଂ ମଧ୍ୟ ପ୍ରଦାନ କରାଯାଉଛି। ଜିଲ୍ଲାସ୍ତରରେ ପିଏ, ଆଇଟିଡିଏ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଶିକ୍ଷଣ କେନ୍ଦ୍ରରେ ନିୟମିତ ଗସ୍ତ କରି ସେମାନଙ୍କର ପ୍ରଶିକ୍ଷାର୍ଥୀଙ୍କ ସୁରକ୍ଷା ନିମନ୍ତେ ସୁସ୍ଥ ବାତାବରଣ ନିଶ୍ଚିତ କରିବେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ବୈଷୟିକ ସହାୟତାରେ ‘ପ୍ରୟାସ’ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି।

ଓଡିଶା ସରକାର ଦ୍ୱିତୀୟ ପର୍ଯ୍ୟାୟ ବୁଝାମଣାପତ୍ର ସ୍ୱାକ୍ଷରିତ
Share. Facebook Twitter LinkedIn Email WhatsApp Copy Link

Related Posts

ବିବାଦୀୟ ଅଧ୍ୟାୟ ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗିଲା NCERT

March 10, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026
Latest News

ବିବାଦୀୟ ଅଧ୍ୟାୟ ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗିଲା NCERT

March 10, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.