Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆସୁଛି ବାତ୍ୟା!, ଜଳବନ୍ଦୀରେ ରହିବ ବାଣପୁର, ପ୍ରଶାସନର କାଦୁଅ ଫିଙ୍ଗା ନୀତିରୁ କେବେ ମୁକ୍ତି ପାଇବେ ଜନତା?
ଆଞ୍ଚଳିକ

ଆସୁଛି ବାତ୍ୟା!, ଜଳବନ୍ଦୀରେ ରହିବ ବାଣପୁର, ପ୍ରଶାସନର କାଦୁଅ ଫିଙ୍ଗା ନୀତିରୁ କେବେ ମୁକ୍ତି ପାଇବେ ଜନତା?

December 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହର ସତେ ଯେମିତି ପ୍ରଶାସନ ପାଇଁ ଅଲୋଡ଼ା ହୋଇପଡିଛି। ଏଠି ପ୍ରତି ମାସରେ ଜିଲ୍ଲା ଅଧିକାରୀ ମାନେ ତୁହାକୁ ତୁହା ସରକାରୀ ଗସ୍ତ ଜାରି ରଖୁଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହିବା ପରି ମନେ ହେଉଛି। ସହରର ଉନ୍ନତିକରଣ ପାଇଁ କାହାରି ଆନ୍ତରିକତା ନଥିବା ପରି ଲାଗୁଛି।

ତେବେ ଗସ୍ତ ସମୟରେ ସହରର ଜଳବନ୍ଦୀ ସମସ୍ୟା କାହାକୁ ନଦିଶିବା ସହଜରେ ହଜମ ହେଉନି। ଏଠି ସ୍ଥାନୀୟ ପ୍ରଶାସନ କଥା ନକହିବା ଭଲ। ଏଠି କାହାର କାହା ସହ ତାଳ ମେଳ ରହୁନି। ସବୁ କଥାରେ ପୂର୍ତ୍ତ ବିଭାଗ ଏନଏସି କୁ ଦୋଷ ଦେଉଥିବାବେଳେ ଏନଏସି ମଧ୍ୟ ଅନୁରୂପ ଭାବେ ସମାନ ଆରୋପ ଲଗାଉଛି। ତେବେ ଏଥିରେ ଖୋଦ ତହସିଲଦାର ମଧ୍ୟ ଚୁପ।

ଯଦି ତହସିଲଦାର ଚାହିଁବେ, ତେବେ ସମସ୍ୟାର ସମାଧାନ ହୋଇପାରନ୍ତା। କିନ୍ତୁ ତାଙ୍କର ବି ସେମିତି ଆଖି ଦୃଶିଆ ପଦକ୍ଷେପ ଦେଖାଯାଉନି। ଆମେ ଏଠି କହୁଛୁ ବାଣପୁର ଏନଏସି ଅନ୍ତର୍ଗତ ଚିଆଁକ ସାହି ଛକଠାରୁ ବାଣପୁର ଥାନା ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତା କଥା।

ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ମଧ୍ୟ ପୂର୍ତ୍ତ ବିଭାଗ ପାଖରେ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ପୂର୍ତ୍ତ ବିଭାଗ ଉପରେ ବର୍ତ୍ତମାନ ଭାରି ପଡୁଛନ୍ତି ଜନୈକ ଠିକାଦାର ମହାଶୟ। ବିଭାଗୀୟ ଅଧିକାରୀଙ୍କ କହିବା କଥା ଠିକାଦାର ଆମ କଥା ଶୁଣୁନାହାନ୍ତି, ଯାହାଦ୍ୱାରା ଉକ୍ତ ରାସ୍ତାରେ ପାଣି କଟିବା ପାଇଁ ଅସ୍ଥାୟୀ ଡ୍ରେନେଜ ହେଇପାରୁନାହିଁ।

ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ଠିକାଦାର କିପରି ଏତେ ବଡ଼ ସରକାରୀ ବିଭାଗ ଉପରେ ଭାରି ପଡୁଛନ୍ତି? କଣ ପାଇଁ ବିଭାଗ ଠିକାଦାରଙ୍କ ଉପରେ କାର୍ଯ୍ୟରେ ଅବହେଳା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ? ବିଗତ ଦିନରେ ବାରମ୍ବାର ଗଣମାଧ୍ୟମରେ ଖବର ବାଜିବା ପରେ ଗତ ଜୁନ ମାସରେ ପୂର୍ତ୍ତବିଭାଗ ବର୍ଷାଜଳ ନିଷ୍କାସନ ନିମନ୍ତେ ପାଣ୍ଡିରୀପଦର ଛକରୁ ସାରଳା ବିହାର କେନାଲ ଯାଏଁ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରିଥିଲା।

କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ଡ୍ରେନକୁ ପୁଣି ସ୍ଥାନୀୟ ବାସିନ୍ଦାମାନେ ନିଜ ସ୍ୱାର୍ଥଲାଗି ପୋତିଦେଲେଣି। ଯାହାଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା କଥା ଉକ୍ତ ୨୮୦ ମିଟର ଲମ୍ବ ଅସ୍ଥାୟୀ ଡ୍ରେନର ବଜେଟ ପାଖାପାଖି ୫ ଲକ୍ଷ ଟଙ୍କା ହେବ।

ତେବେ ଆଜି ରାତ୍ରିରୁ ସାମ୍ଭାବ୍ୟ ବାତ୍ୟା ‘ଜୱାଦ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ କହିଥିବା ବେଳେ ପୁଣି ବାଣପୁର ସହର ଜଳମଗ୍ନ ହେବ ଏଥିରେ ସନ୍ଦେହ ନାହିଁ। ପୁଣି ପୂର୍ତ୍ତବିଭାଗ ମୁକ ପାଲଟିବ ଏବଂ କହିବ ବର୍ଷା ଛାଡିଲେ ଅସ୍ଥାୟୀ ଡ୍ରେନ ନିର୍ମାଣ କାର୍ଯ୍ୟ କରାହେବ। ବିଗତ ଛଅ ମାସରୁ ପୂର୍ତ୍ତବିଭାଗ ଏହି ଗୋଟାଏ ସଂଳାପ କହୁଥିବାବେଳେ ଏପର୍ଯ୍ୟନ୍ତ ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନକରିବା ନିନ୍ଦନୀୟ।

ଖୋଦ ଜିଲ୍ଲାପାଳ ମହୋଦୟ ଗତ ମାସରେ ବାଣପୁର ଗସ୍ତରେ ଆସିଥିବା ବେଳେ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇଦେଉଛନ୍ତି। ବାତ୍ୟା ପୂର୍ବରୁ ପୂର୍ତ୍ତବିଭାଗ ଓ ଏନଏସି ପ୍ରଶାସନ ଯଦି ଆଗୁଆ ପଦକ୍ଷେପ ସ୍ୱରୂପ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନକରନ୍ତି ତେବେ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ବାଣପୁର ସହର ପୁଣି ଏକ ଜଳାଶୟରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ।

ଆସୁଛି ବାତ୍ୟା କାଦୁଅ ଫିଙ୍ଗା ନୀତି କେବେ ମୁକ୍ତି ଜଳବନ୍ଦୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରତିଘରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ

August 15, 2025

ଚିଲିକା ଅଞ୍ଚଳରୁ ୨୨୭ ଲିଟର ଦେଶୀମଦ ଜବତ,୩ ଗିରଫ

August 14, 2025

ଅର୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ଓ ପୁସ୍ତକ ପାଠକାର୍ପଣ ଉତ୍ସବ

August 13, 2025
Latest News

ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

August 20, 2025

ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ପୁଟିନ୍ ନେଲେ ବଡ଼ ନିଷ୍ପତ୍ତି, ଭାରତକୁ ଦେଲେ ଦମଦାର ଅଫର

August 20, 2025

କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

August 20, 2025

ରାଜୀବ ଗାନ୍ଧୀ ସେବା ସମ୍ମାନ- ୨୦୨୫ ରେ ସମ୍ମାନିତ ହେଲେ ଟାଙ୍ଗୀ କଲେଜର ଅଧ୍ୟାପକ

August 20, 2025

ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.